
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଆଜି ନୂଆଦିଲ୍ଲୀରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହର ନୂତନ ୱେବ୍ସାଇଟ୍ ଉନ୍ନୋଚନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ସମାରୋହ ଚଳିତ ବର୍ଷ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଆୟୋଜିତ ହେଉଛି। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ସମାରୋହ ପ୍ରବାସୀ ଭାରତୀୟଙ୍କ ସହ ବନ୍ଧୁତ୍ବ ତଥା ସମ୍ପର୍କକୁ ସୁଦୃଢ କରିବା ଦିଗରେ ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥାଏ। ଉତ୍କର୍ଷ କଳା, ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାରେ ଆୟୋଜିତ ଏହି ଭବ୍ଯ ସମାରୋହରେ ଯୋଗଦାନ କରିବା ପାଇଁ ଆପଣଙ୍କ ନାମ ପଞ୍ଜୀକୃତ କରନ୍ତୁ।
