ଅବକାରୀ ବିଭାଗ ଆଖିରେ ଚକମା ଦେବାରେ ସୌଖୀନ ଗାଡି ହେଲା ବିଫଳ
ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା

ଅନୁଗୋଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ ର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ସୂଚନା ଯେ, ଆଜି ସକାଳ ୮ ଘଟିକା ବେଳେ ବୌଦ୍ଧ ଅଞ୍ଚଳରୁ ଏକ OD 02 CK 7234 ନମ୍ବର କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା ଖବର୍ ପାଇଥିଲେ। ଅନୁଗୋଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଙ୍କ ନିର୍ଦ୍ଦେଶରେ ମୋବାଇଲ ଇନିସପେକ୍ଟର ଭକ୍ତ ବଛଳ ବର୍ମା, ରଞ୍ଜିତା ହରିଚନ୍ଦନ ଓ ଗାୟତ୍ରୀ ମାଝୀ ଅନୁଗୋଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ ବଡକେରା ଛକ ନିକଟରେ କାରକୁ ଅଟକାଇ ଯାଞ୍ଚ କରିଥିଲା।


ଯାହା ଫଳରେ କାରରୁ ୭୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଗଞ୍ଜେଇର ଆନୁମାନିକ ମୁଖ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ଏ ଘଟଣା ସଦର ରେଞ୍ଜ୍ ଏକ ମାମଲା ରୁଜୁ କରି କାରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ । ଦୁଇ ଅଭିଯୁକ୍ତ ହେଲେ ବୌଦ୍ଧ ଅଞ୍ଚଳର ଦଶରଥ ଭଏନା ଓ ସମ୍ବଲପୁର ଅଞ୍ଚଳର ରୁକ୍ମଣ ବାଦୀ। ପୋଲିସ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ଅଧିକ ତଦନ୍ତ ଚଳାଇଛନ୍ତି ଅବକାରୀ ଅଧିକାରୀ ମଧୁମିତା ନାୟକ।
