
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ର ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମର ଜଣେ ଚାଷୀ ଗାଧୋଇବାକୁ ଯାଇ ପାଣି ରେ ବୁଡି ମୃତ୍ୟୁ ଭଳି ଅଘଟଣ ଘଟିଛି। ମୃତ୍ୟୁ ଚାଷୀ ଜଣଙ୍କ ହେଲେ ସନ୍ୟାସୀ ବେହେରା ।ସନ୍ୟାସୀ ସକାଳ ପ୍ରାୟ ୮ ଘଟିକା ସମୟରେ ବିଲକୁ ଧାନ କାଟିବାକୁ ଯାଇ ଅପରାହ୍ନ ୧ ଘଟିକା ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଲକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇବା ପରେ ସମସ୍ତେ ଗ୍ରାମରେ ଖୋଜାଖୋଜି କରି ଗ୍ରାମରେ ଥିବା କଣ୍ଟ୍ଈ ବନ୍ଧ୍ କୁ ଯାଇ ଖୋଜା ଖୋଜି କରିବା ବେଳେ ସନ୍ୟାସୀ ଙ୍କ ମୃତଦେହ ପାଣିରେ ପଡିଥିବା ଦେଖି ପାଣିରୁ ବାହାର୍ କରିଥିଲେ ।ପରିବାର ଲୋକେ ଚିକିସ୍ଥା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ନେଇଥିଲେ ହେଲେ ଡାକ୍ତର୍ ସେଠାରେ ସନ୍ୟାସୀ କୁ ମୃତ୍ୟୁ ଘୋଷଣା କରିଥିଲେ। ମହୀଧରପୁର ଫାଣ୍ଡି ପୋଲିସ ଖବର ପାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ନପାରିବାରୁ ମୃତଦେହକୁ ବ୍ୟବଚ୍ଛେଦ ଗୃହରେ ସରଂକ୍ଷିତ ରଖାଯାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
