• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଲୁଟ୍ ମାମଲାରେ ଦୁଇ ବିହାରୀ ଯୁବକକୁ ଗିରଫ କରିବାରେ ପୋଲିସ ର ବଡ଼ସଫଳତା

Bymamatanews

Feb 14, 2026
Spread the love

ଦୁଇ ଅଭିଯୁକ୍ତକୁ ମୁହଁରେ କଳାକନା ଲଗାଇ ସହର ବୁଲାଇଲା ପୋଲିସ

କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ମୁଖ୍ୟ ରାସ୍ତାର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେଥିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ଗତ ଜାନୁୟାରୀ ମାସ ୧୯ତାରିଖ ଦିନ ଦ୍ଵିପ୍ରହର ପାଖାପାଖି ଦୁଇଟା ପାଞ୍ଚ ମିନିଟ୍ ସମୟରେ ପାଞ୍ଚରୁ ଛଅଜଣ ବନ୍ଧୁକଧାରୀ ମୁଖାପିନ୍ଧା ଦୁବୃର୍ତ୍ତ ଆସି ବନ୍ଧୁକ ମୁନରେ ଲୁଟିଲେ ପାଖାପାଖି ସାତକିଲୋ ସୁନା ଅଳଙ୍କାର ସହ ପାଖାପାଖି ପାଞ୍ଚ ଲକ୍ଷ ନଗଦ ଟଙ୍କାନେଇ ଫେରାର ହୋଇଯାଇଥିଲେ ନେଇ ସୂଚନା।

ଏହି ମୁଖାପିନ୍ଧା ଦୁବୃର୍ତ୍ତ ମାନେ ବ୍ୟାଙ୍କରେ ପଶି ବ୍ୟାଙ୍କ୍ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଡରାଇ ଧମକାଇବା ସହ ବ୍ୟାଙ୍କରେ ଥିବା ଗ୍ରାହକ ଙ୍କୁ ମଧ୍ୟ ଗୋଟିଏ ରୁମ୍ ରେ ଭର୍ତ୍ତି କରିବାସହ ବ୍ୟାଙ୍କ୍ ଲକରରୁ ଅଳଙ୍କାର ଓ ନଗଦ ଟଙ୍କା ନେଇଥିବା ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ବଡ଼ବିଲ ଶାଖା ପ୍ରବନ୍ଧକ ପଙ୍କଜ କୁମାର ବର୍ଣୱାଲ୍। ତେବେ ଖବର ପାଇ ବଡ଼ବିଲ ଥାନାଅଧିକାରୀ ଅଶୋକ କୁମାର ନାୟକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବାପରେ କିଛି ସମୟରେ ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ ଙ୍କ ସହ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପୀଙ୍ଗୁଆ ପହଞ୍ଚି ଥିଲେ। ଏବଂ ପରବର୍ତ୍ତୀ ସମୟରେ କେନ୍ଦୁଝର ପୋଲିସ୍ ଏହି ଡକାୟତି ଘଟଣା ଗୁରୁତ୍ବତା କୁ ଦେଖି ଏକ ସ୍ପେଶାଲ ଟିମ୍ ଗଠନ କରି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତନାଘନା ଆରମ୍ଭ କରିବା ସହ ପୂର୍ବରୁ ତିନିଜଣ ଯଥା ରାଜ୍ କୁମାର ସିଂ ୨୬ବର୍ଷ, କୁନାଲ ରାଜ୍ ଭର୍ମା ୩୪ବର୍ଷ ଓ ଅଭିରଞ୍ଝନ୍ କୁମାର ୪୪ବର୍ଷ ତିନି ଝାଡ଼ଖଣ୍ଡି ଅଭିଯୁକ୍ତ ଙ୍କ ଠାରୁ ଦୁଇଟି ସ୍କୋର୍ପିଓ ଓ କିଛି ଅଳଙ୍କାର ଜବତ୍ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ସନ୍ତୋଷ କୁମାର ପାଶ୍ୱାନ୍ ୩୮ବର୍ଷ ଓ ନବୀନ କୁମାର ୟାଦବ ୩୦ବର୍ଷ ଉଭୟ ବିହାରରୀ ଡକାୟତଙ୍କୁ ଗିରଫ କରି ମୁହଁରେ ମୁଖା ପିନ୍ଧାଇ ବଡ଼ବିଲ ସହର ପରିକ୍ରମା କରାଇଥିଲେ ବଡ଼ବିଲ ପୋଲିସ୍ ଓ ସେମାନଙ୍କ ଠାରୁ ୨୭୯.୭୭ ଗ୍ରାମ ସୁନା ଅଳଙ୍କାର ଗୋଟିଏ ସୁନା ଚେନ୍ ଓ ସୁନା ରିଙ୍ଗ ଦୁଇଟି ମୋବାଇଲ୍ ଫୋନ୍ ଗୋଟିଏ ପଲ୍ସର ମୋଟର ସାଇକେଲ ଜବତ୍ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *