• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୋଲିସ ବୁଝୁନି ଦୁଃଖ | ଯୌତୁକ ନିର୍ଯାତନା ଅଭିଯୋଗରେ ଏସ ପି ଙ୍କ ଦ୍ଵାରସ୍ତ ହେଲେ ମହିଳା

Bymamatanews

Mar 14, 2025
Spread the love


ଜଗତସିଂହପୁର : ଜଗତସିଂହପୁର ପୌରାଞ୍ଚଳ ଓହଳ ପଠାନ ମହଲା ଗାଁର ରେଶମା ବିବିଙ୍କୁ ଶାଶୂ ଘର ଲୋକ ‌ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଜଗତସିଂହପୁର ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ୍ୟ ଜଗତସିଂହପୁର ଥାନା ପୋଲିସ ଘଟଣା ବିଷୟରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରୁନାହାନ୍ତି | ଯେଉଁଥି ପାଇଁ ରେଶମା ବିବି ତାଙ୍କ ନାବାଳିକା ଦୁଇ ଝିଅ ନ୍ୟାୟ ପାଇବା ନିମନ୍ତେ ଜଗତସିଂହପୁର ଏସ ପି ଭବାନୀଶଙ୍କର ଉଦଗାତା ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାପଡିଛି ୧୫ ବର୍ଷ ତଳେ ଓହଳ ପଠାନ ମହଲା ଗ୍ରାମର ରିୟାଜ ଅହେମଦ ଙ୍କୁ ବୈଦିକ ରୀତିନୀତି ରେଶମା ବିବି ବିବାହ କରିଥିଲେ। ସ୍ବାମୀ ରିୟାଜ ମହେମଦ ବିଦେଶ ରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟକରନ୍ତି l ସ୍ୱାମୀ ଙ୍କ ଅନୁପସ୍ଥିତି ରେ ଶାଶୂଘର ଲୋକ ଅଧିକ ଯୌତୁକ ଦାବୀ କରି ବୋହୁ ରେଶମା ବିବି ଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ


ଜୀବ‌ନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସଂକ୍ରାନ୍ତରେ ରେଶମା ସ୍ୱାମୀ ଙ୍କୁ ସମସ୍ତ ବିଷୟ ଜଣାଇବା ସହିତ ଗ୍ରାମର ମୁଖିଆ ଙ୍କୁ ଜଣାଇବାରୁ
ଶାଶୂଘର ଲୋକ ରେଶମା ବିବି ଓ ତାଙ୍କର ଦୁଇ ଝିଅ ଙ୍କୁ ଘରୁ ବାହାର କରିଦେବାରୁ ରେଶମା ଦୁଇ ଝିଅ ଙ୍କୁ ନେଇ ବାପ ଘରେ ରହିବା ସହିତ ନ୍ୟାୟ ପାଇବା ପରି ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ |ଅଭିଯୋଗ କୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା ହେଲେ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିନଥିଲା |ଶେଷରେ ରେଶମା ନ୍ୟାୟପାଇବା ପାଇଁ ଏସ ପି ଙ୍କ ଦ୍ୱାରସ୍ତ ହୋଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *