ଢେଙ୍କାନାଳ ଜିଲ୍ଲାରେ ଥିବା ପ୍ରାୟ ୮୦ଟି ପାଉଁଶ ଇଟା ୟୁନିଟି ତରଫରୁ ଟାଟା ଦେଉଥୁବା ପାଉଁଶକୁ ନେଇ ଡି.ଆଇ.ସି ର ପରିଚାଳକଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ପୂର୍ବରୁ ଟାଟା ଷ୍ଟିଲ୍ ଇଟା ୟୁନିଟି ମାନଙ୍କୁ ମାଗଣାରେ ପାଉଁଶ ଯୋଗାଇ ଦେଉଥୁଲା, କିନ୍ତୁ ବର୍ତମାନ କିଛି ୟୁନିଟିକୁ ମାଗଣା ଦିଆଯାଉଛି ଓ ଆଉ କିଛି ୟୁନିଟିରୁ ଅର୍ଥ ଆଦାୟ କରୁଛନ୍ତି । ଏହାକୁ ନେଇ ପାଉଁଶ ଇଟା ୟୁନିଟିର ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଯେମିତି ମାଗଣା ଥୁଲା ତାହା ରହୁ କିମ୍ବା ସମସ୍ତଙ୍କୁ ଗୋଟିଏ ମୂଲ୍ୟ ଧାର୍ଯ୍ୟ କରାଯାଉ ।
