• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଗଣ ଧାରଣା

Bymamatanews

May 14, 2025
Spread the love

ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଖରୀ ଗୁଡ଼ିକର ସୁରକ୍ଷା ପାଇଁ ସୁରକ୍ଷା ସମିତିର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଗଣ ଧାରଣା ଦିଆଯାଇଥିଲା l ଗତ ତିନି ବର୍ଷ ହେଲା ସରକାରଙ୍କ ପକ୍ଷରୁ ଆମ ପୋଖରୀ ଯୋଜନା ଆରମ୍ଭ ହୋଇଥିଲା l ସେଥିରେ ଢେଙ୍କାନାଳ ସହରର ୧୬ ଟି ପୋଖରୀ ଯୋଜନା ପରିସରଭୁକ୍ତ କରାଯାଇ ପଙ୍କୋଦ୍ଧlର କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା l ମାତ୍ର ପଙ୍କ ମାଟି ବାହାରକୁ ନନେଇ ପୋଖରୀ ଗୁଡି଼କୁ ଛୋଟ ଗାଡ଼ିଆ ପରି କରାଗଲା l ପୋଖରୀ ସୁରକ୍ଷା ସମିତି ଏହାର ବିରୋଧ କରିଆସୁଛି l ସାତ ଦିନ ମଧ୍ୟରେ କେବଳ ଭାଗିରଥି ସାଗର ଭିତରେ ଥିବା ପଙ୍କ ମାଟି ବାହାରକୁ ନିଷ୍କାସନ କରିବାପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ମାତ୍ର ଜିଲ୍ଲା ପ୍ରଶାସନ କୌଣସି ସମାଧାନ ନକରିବାରୁ ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୩ ମଇ ମଙ୍ଗଳବାର ଦିନ ଗଣ ଧାରଣା ଦେଇଥିଲା l ଗତ କାଲି ସୋମବାର ଦିନବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୋଖରୀ ସୁରକ୍ଷା ସମିତିର କିଛି ସଭ୍ୟଙ୍କୁ ଜଣାଇଥିଲେ ଯେ ପୌର ନିର୍ବାହୀ ଅଧିକାରୀଙ୍କୁ ପୋଖରୀରୁ ସମସ୍ତ ପଙ୍କ ମାଟି ହୁଡ଼ା ବାହାରେ ପକାଇବାକୁ ନିର୍ଦେଶ ଦେଇଛନ୍ତି l ମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ପୋଖରୀ ସୁରକ୍ଷା ସମିତି ଧନ୍ୟବାଦ ଦେବା ସହ ଆଗାମୀ ସାତ ଦିନ ଭିତରେ ମନ୍ତ୍ରୀଙ୍କ ନିର୍ଦେଶ କିଭଳି କାର୍ଯ୍ୟକାରୀ ହେଉଛି ତାକୁ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ l ଯଦି ମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ନହୁଏ କିମ୍ବା ବର୍ଷା ପୂର୍ବରୁ ପୋଖରୀ ଭିତରୁ ସମସ୍ତ ପଙ୍କ ମାଟି ନଉଠେ ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ l ଆଜିର ଗଣ ଧାରଣାରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଢେଙ୍କାନାଳ ମାଟିର ସୁରକ୍ଷା କରିବେ ଓ ଢେଙ୍କାନାଳ ଲୋକଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ l ତାଛଡା ଶ୍ରୀ ସାହୁ କହିଛନ୍ତି ଯେ ଯଦି ଆସନ୍ତା ସାତ ଦିନ ଭିତରେ ପୋଖରୀରୁ ପଙ୍କ ମାଟି ନ ଉଠେ ତେବେ ଏହି ଆନ୍ଦୋଳନ ଜାରି ରଖିବାପାଇଁ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *