ଅନୁଗୋଳ ଜିଲ୍ଲା ଅନୁସୂଚିତ ଜାତି କଂଗ୍ରେସ କମିଟି ପକ୍ଷରୁ ସୁଭଦ୍ରା ପଦିଲିର ଦୁଷ୍କର୍ମ ଓ ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ନିମନ୍ତେ ଆରକ୍ଷୀ ଅଧିକ୍ଷକଙ୍କ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଏପ୍ରିଲ ୨୬ ତାରିଖରେ ତାଳଚେର ରେଳ ଷ୍ଟେସନ ଠାରୁ ସୁଭଦ୍ରା ପଦିଲି ନିରୁଦିଷ୍ଟ ହୋଇଯିବା ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ମେ ୪ ତାରିଖ ଦିନ ତାଙ୍କ ଗଳୀତ ମୃତଦେହ ଉଦ୍ଧାର ହେବା ପଛରେ ପୋଲିସ ପ୍ରଶାନିକ ର ଅପାରଗତା ବୋଲି କଂଗ୍ରେସ ର ଅନୁସୂଚୀତ ଜାତି କମିଟି ର ପୂର୍ବତନ ଅଧ୍ୟକ୍ଷ ନୀଳକଣ୍ଠ ନାୟକ ଦୃଢ଼ ଭାବରେ ନିନ୍ଦା କରିଛନ୍ତି l ଆଗାମୀ ଦିନରେ ପୋଲିସ ଯଦି ଅପରାଧୀକୁ ଗିରଫ କରିବାରେ ବିଳମ୍ୱ କରେ ଓ ଜିଲ୍ଲା ରେ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ଉପରେ ଯଦି ଗୁରୁତ୍ଵ ନ ଦିଏ ତାହଲେ କଂଗ୍ରେସ କମିଟି ପକ୍ଷରୁ ନ୍ୟlୟ ପାଇଁ ରାଜରାସ୍ତା କୁ ଓହ୍ଲାଇବେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଓବିସି ଜିଲ୍ଲା ସଭାପତି ପ୍ରବୋଧ କୁମାର ସ୍ୱାଇଁ, ରାଜକିଶ୍ୱର ସାହୁ, ତପନ କୁମାର ପ୍ରଧାନ, ଭାରତୀ ବେହେରା ପ୍ରମୁଖ କଂଗ୍ରେସ କମିଟି ସଦସ୍ୟ ଉପସ୍ଥିତ ଥିଲେ।
