• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଶ୍ଵ ଅଙ୍ଗଦାନ ଦିବସ ପାଳନ

Bymamatanews

Aug 14, 2025
Spread the love

ଅନୁଗୋଳ ମେଡିକାଲ ଟ୍ରେନିଂ ହଲ ଠାରେ ଆଜି ବିଶ୍ବ ଅଙ୍ଗଦାନ ଦିବସ ପାଳନ ହୋଇଛି। ଏହି ସମାରୋହରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ବିଶ୍ବଜିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏଥି ସହିତ ଅଙ୍ଗଦାନ ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ଶ୍ରୀ ପ୍ରୀତିମୟ ପ୍ରକାଶ କରିଥିଲେ। ସଭାରେ ସଭାପତିତ୍ୱ କରି ସିଡିଏମ୍‌ଓ ଡ଼ା ମଦନ ମୋହନ ପ୍ରଧାନ ଅଙ୍ଗଦାନର ମହତ୍ତ୍ବ ଏବଂ ଏନେଇ ସାମାଜିକ ସଚେତନତା ଉପରେ ଆଲୋକପାତ କରିଥିଲେ। ସୋଟାର ଯୁଗ୍ମ ନିର୍ଦ୍ଦେଶକ ଡ଼ା ବିଭୂତି ଭୂଷଣ ନାୟକ ଅଭାସି ମୋଡରେ ଅଙ୍ଗଦାନ ପଞ୍ଜିକରଣ କିପରି ଅନଲାଇନ୍ କରାଯିବ ଏବଂ କେଉଁ ପରିସ୍ଥିତିରେ ଅଙ୍ଗଦାନ କରାଯିବ ତାହା ବିସ୍ତୃତ ରୂପେ ବୁଝାଇଥିଲେ। ଜଣେ ବ୍ୟକ୍ତି ଚାହିଁଲେ ହାର୍ଟ, ଆଖି, କିଡନୀ, ଲିଭର, ଟିସୁ ଆଦି ଦାନ କରି କିଭଳି ଅନ୍ୟ ମାନଙ୍କ ଜୀବନ ରକ୍ଷା କରିପାରିବ ତାହା ଡ଼ା ନାୟକ ପ୍ରକାଶ କରିଥିଲେ। ପୁଷ୍ପାଞ୍ଜଳି ଦେହୁରୀ ଏବଂ ବାଣୀ ଦେବ ଅଙ୍ଗଦାନ କରିବାକୁ ଶପଥ ନେବାରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଆଇଏସ୍ଏ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହ‌ଯୋଗରେ ହେଉଥ‌ିବା ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା ବିଶ୍ବଜିତ୍ ସାମଲ, ଡ଼ା ପ୍ରଭାତ କୁମାର ପଣ୍ଡା, ଡ଼ା ମାନସ ରଞ୍ଜନ ବିଶ୍ବାଳ, ଡ଼ା ସୌମ୍ୟକାନ୍ତ ବିଶୋଇ, ଅନ୍ୟ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ, କର୍ମଚାରୀ ନେତା ଅକ୍ଷୟ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଅଙ୍ଗଦାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈଠକରେ ସହରର ଜେସିଆଇ ସଂଗଠନ, ବଣିକ ସଂଘ, ରୋଟାରୀ କ୍ଲବ୍ ରୟାଲର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବି ଯୋଗ ଦାନ କରିଥିଲେ।

Leave a Reply

Your email address will not be published. Required fields are marked *