• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବେଆଇନ ବନ୍ଧୁକ ରଖିବା ମାମଲାରେ ଜଣଙ୍କୁ ଗିରଫ କଲା ବଅଁରପାଳ ପୋଲିସ

Bymamatanews

Aug 14, 2025
Spread the love

ଏକ ମାଗାଜିନ, ୫ ଜୀବନ୍ତ ଗୁଳି, ବାଇକ, ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ରେ ଅପରାଧିକ ମାମଲା କୁ ନେଇ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ସମୟରେ ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସଙ୍କ ସୂଚନା ଅନୁସାରେ ଥାନା ସମ୍ମୁଖ ଛକରେ ରାତି ରେ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ଏକ ଯୁବକ ଗାଡ଼ିଚାଳନା କୁ ଦେଖି ସନ୍ଦେହ ପ୍ରକଟ ହେବା ଦ୍ଵାରା ଚାଳକ ଅଟକାଇବା ବେଳେ ଚମ୍ପଟ ମାରିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ମାଡି ବସିଥିଲେ। ଯାଞ୍ଚ ସମୟରେ ଅଭିଯୁକ୍ତ ର ପରିଚୟ ଗୋତମରା ପଞ୍ଚାୟତ ଶାଳଗାଡ଼ିଆ ଗ୍ରାମର ଜୟ କୃଷ୍ଣ ନାଏକ ଙ୍କ ପୁଅ ଭମ୍ବ୍ରବର ନାଏକ। ତା ନିକଟରୁ ଏକ ମାଗାଜିନ, ୫ ଜୀବନ୍ତ ଗୁଳି, ବାଇକ, ଦେଶୀ ବନ୍ଧୁକ ଜବତ କରିଥିଲେ। ତେବେ ତାଠାରୁ ବନ୍ଧୁକ ର କୌଣସି ଆଇନ ଗତ ପ୍ରମାଣ ନମିଳିବାରୁ ଅଭିଯୁକ୍ତ କୁ ଗିରଫ କରିଥିଲେ। ତେବେ ଅଭିଯୁକ୍ତ ବେଆଇନ୍ ବନ୍ଧୁକ ରଖିବା ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *