ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଛକ ନିକଟରେ ଏକ ବଲେରୋ ଧକ୍କା ରେ ଜଣେ ମୃତ। ସୂଚନା ଯେ, ଆଜି ଦିନ ୧୧ଘଟିକା ସମୟରେ ଲକ୍ଷ୍ମୀଧରପୁର ଗ୍ରାମର ବାବାଜୀ ମହାଳିକ କ୍ଷୀର ନେଇ ସାଇକଲ ଯୋଗେ ଘର କୁ ଫେରୁ ଥିବା ବେଳେ ସମୟରେ ଏକ ବଲେରୋ ଅନୁଗୋଳ ରୁ ବଇଣ୍ଡା ଅଞ୍ଚଳକୁ ଯାଉଥିବା ସମୟରେ ବାବାଜୀଙ୍କୁ ପଛ ପାଖରୁ ଧକ୍କା ଦେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲା। ଧକ୍କା ଏତେ ଜୋର୍ ଥିଲା କି ବାବାଜୀ ରାସ୍ତା ପାର୍ଶ୍ଵରେ ଛିଟିକି ହୋଇ ପଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ଏବଂ ପରିବାରବର୍ଗ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ବାବାଜୀଙ୍କ ମୃତ ହୋଇଥିବା ଘୋଷଣା କରିଥିଲେ ଡାକ୍ତର୍।
