• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

COTPA ନିୟମ ଭଙ୍ଗକାରିଙ୍କ ଉପରେ ଚଢାଉ

Bymamatanews

Nov 14, 2024
Spread the love

ବରଗଡ଼ (୧୩/୧୧/୨୦୨୪) ବୁଧବାର ଦିନ ସକାଳ ୧୦.୩୦ ରୁ ଅମ୍ବାଭନା ବ୍ଲକ ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ

ହୋଇ COTPA ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୬ ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଜୋରିମାନା ଟ.୪୧୦୦/ – ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରୀ କରୁଥିବା ୩ ଜଣ ଖାଦ୍ୟ ବ୍ୟବସାୟୀଙ୍କ ଠାରୁ ଟ. ୨୪୦୦/- ଜୋରିମାନା ସଂଗ୍ରହ କରାଯିବା ସହ ଜନସାଧରଣଙ୍କୁ ଖାଦ୍ୟରେ ରଂଗ ବ୍ୟବହାର ନ କରିବା,

ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ସଚେତନ କରାଗଲା । ଉକ୍ତ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଭେଷଜ ନିରୀକ୍ଷକ ସୁନିତା ନାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ, ଜିଲ୍ଲା ପରମର୍ଶଦାତା ଶ୍ରୀ ସୀତେଶ ତ୍ରୀପାଠୀ, ଅବକାରୀ ବିଭାଗରୁ କନିଷ୍କ ଚନ୍ଦ୍ର ତ୍ରିପାଠୀ, ଏ.ଏସ.ଆଇ. ଓ ଟିମ ଏବଂ ପୋଲିସ ବିଭାଗରୁ ପୋଲିସ କନଷ୍ଟେବଳ ରବିନାରାୟଣ ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *