ବିଭିନ୍ନ ଦାବି ନେଇ ଆଜି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି । ମୁଖ୍ୟତଃ GPS ବନ୍ଦ କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ରୋଗୀ ସେବା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ କାର୍ଯ୍ୟ କରୁଥିବା ୯୬ ଜଣ ଇଏମଟିଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ୧୨ ଘଣ୍ଟା ପରିଶ୍ରମ କରୁଥିବା EMTଙ୍କୁ ୧୨ଘଣ୍ଟାର ପ୍ରାପ୍ୟ ପ୍ରଦାନ, ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ ଆମ୍ବୁଲାନ୍ସ ଧୋଇବା/ ସାନିଟାଇଜ୍ କରିବା ସହ ବିଶ୍ରାମ ଓ ଖାଇ ପାଇଁ ସୁବିଧାର ବ୍ୟବସ୍ଥା , କର୍ମଚାରୀ ମାନଙ୍କ ପାଇଁ ବିଶ୍ରାମ ଗୃହ, ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ମୃତ୍ୟୁ ହେଲେ ଉଚିତ ଅନୁକମ୍ପା ରାଶି ସହ ଅକର୍ମଣ୍ୟ ହେଲେ ଆର୍ଥିକ ସହାୟତା ପ୍ରଦାନ ଆଦି ଦାବି ନେଇ ପ୍ରତିବାଦ କରିଛନ୍ତି ଅନୁଗୋଳ ଜିଲ୍ଲା ଆମ୍ବୁଲାନ୍ସ କର୍ମଚାରୀଗଣ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଜିପିଏସ ବନ୍ଦ କରି ପ୍ରତିବାଦ କରିବେ ବୋଲି ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଗଣ ।
