• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଯୁବକକୁ ହତ୍ୟା ଧମକ ଦେବା ଓ ମାରଣାସ୍ତ୍ର ଆକ୍ରମଣ ନେଇ ଥାନା ରେ ମାମଲା

Bymamatanews

Dec 14, 2024
Spread the love

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅରାହାଟ ଗ୍ରାମର ସୁଶିଲ ବାରିକ ଥାନାରେ ଅଭିଯୋଗ କରିଥିଲେ କି ସେ ରହୁଥିବା ଶିମିଳିସାହି ଭଡ଼ା ଘରେ ଗତ ୯ ତାରିଖ ରାତି ପ୍ରାୟ ଆଠଟା ବେଳେ ଦୁଇ ଜଣ ବ୍ୟକ୍ତି ଆସି ବିନା କାରଣରେ ସୁଶିଲଙ୍କ ସ୍ତ୍ରୀ ଲିପି ବାରିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ କମେଣ୍ଟ ମାରିଥିଲେ । ସୁଶିଲ ଏହାକୁ ବିରୋଧ କରିବା ସହିତ ବୁଝାସୁଝା ହୋଇ ଉକ୍ତ ଦୁଇ ଜଣ ବ୍ୟକ୍ତି ଘରକୁ ଯାଇ କିଛି ସମୟ ପରେ ପୁଣି ସୁଶିଲଙ୍କ ଘର ସାମ୍ନାକୁ ଆସି ଗାଳି ଗୁଲଜ କରିବା ସହିତ ଇଟା ପଥର ରେ ଆକ୍ରମଣ କରିଥିଲେ । ଉଭୟେ ସ୍ଵାମୀ ସ୍ତ୍ରୀ ଘରୁ ଭୟରେ ବାହାରକୁ ବାହାରି ନଥିଲେ। ୧୦ ତାରିଖ ଦିନ ସୁଶିଲଙ୍କୁ ଉକ୍ତ ଦୁଇ ଜଣ ବ୍ୟକ୍ତି ମାଡ଼ ମାରି ଏକ ଛୁରୀରେ ଆକ୍ରମଣ କରି ପଳାଇ ଯାଇଥିଲେ ଓ ଜୀବନରେ ମାରିଦେବା ଧମକ ଦେଇଥିଲେ। ସ୍ବାମୀ ସ୍ତ୍ରୀଙ୍କୁ ବିପଦ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ସିମିଳିସାହିର ରିଙ୍କୁ ନାଏକ ଓ ରଞ୍ଜିତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *