• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ବନ୍ଧୁ ମିଳନ।

Bymamatanews

Dec 14, 2024
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (0.51944447, 0.55041665); modeInfo: ; sceneMode: 8; cct_value: 5681; AI_Scene: (-1, -1); aec_lux: 167.96448; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 45;
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ ଉତ୍ସବ ବଉଳିଗଡ଼ ପଞ୍ଚାୟତ ସଂରକ୍ଷିତ ଜଙ୍ଗଲ ଠାରେ ସଂଘର ସଭାପତି ଅଖିଳ କୁମାର ମହପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ପ୍ରଥମେ ସଂଘର ପୂର୍ବତନ ସଭାପତି ସ୍ଵର୍ଗତ ରାଜେଶ କୁମାର ନାୟକ ଓ ଅନ୍ୟତମ ସଭାପତି ସ୍ୱର୍ଗୀୟ ଉପେନ୍ଦ୍ର ରାଉତଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘର ନୂତନ କରି ସଦସ୍ୟ ଭାବେ ନାଲକୋ ସମ୍ବାଦ ପ୍ରତିନିଧି ସାମ୍ବାଦିକ ସୁଜିତ କୁମାର ବେହେରା, ବ୍ଲକ ସମୟ ପ୍ରତିନିଧି ସାମ୍ବାଦିକ ଅଶୋକ କୁମାର ଜେନା, ବ୍ଲକ ଧରିତ୍ରୀ ପ୍ରତିନିଧି ସାମ୍ବାଦିକ ସୁବାଷ ଚନ୍ଦ୍ର ସାହୁ, ଓ ସାମ୍ବାଦିକ ନିହାର ରଞ୍ଜନ ପଟନାୟକ ଯୋଗଦେଇଥିଲେ। ସେମାନଙ୍କୁ ସଂଘ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ, ସଂଘ କିପରି ମଜଭୁତ ହେବା ସହ ସାମାଜରେ ବାସ କରୁଥିବା ଅବହେଳିତଙ୍କ ଉନ୍ନତି ପାଇଁ କାମ କରିବା ଆଲୋଚନା ହୋଇଥିଲା। ଆସନ୍ତା ୩ ମାସ ମଧ୍ୟରେ ସଂଘ ନୂତନ ଭବନ ନିର୍ମାଣ ପର୍ଯ୍ୟନ୍ତ ସାମ୍ବାଦିକ ସଂଜୟ ବିଶୋଇଙ୍କ ଘରେ ସଂଘ ଅଫିସ ଚାଲିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂଘର ସମସ୍ତ ସଭ୍ୟ ଏକାଠି ରହି ସଂଘର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଶପଥପାଠ କରାଯାଇଥିଲା । ବୈଠକରେ ସାମ୍ବାଦିକ ସଂଜୟ ବିଶୋଇ, ସଞ୍ଜୀବ ପାଇକ, ସୁଶିଲ ଆଇଚ, କ୍ଷୀରୋଦ ବେହେରା, ଅଖିଲ ମହାପାତ୍ର, ରୁଦ୍ର ମୋହନ ସାହୁ, ଅଜିତ ଭୋଇ, ନିହାର ରଞ୍ଜନ ପଟନାୟକ,ଶଶାଙ୍କ ଶେଖର ସାମଲ, ଅଶୋକ କୁମାର ଜେନା, ସୁଜିତ କୁମାର ବେହେରା, ତାପସ କୁମାର ଜେନା, ସୁବାସ ଚନ୍ଦ୍ର ସାହୁ, ପ୍ରିୟବ୍ରତ ସାମଲ, ଚୈତନ୍ୟ ସାହୁ, ବିଭାଷ କୁମାର ସାମଲ, ଓ ସୁଶାନ୍ତ କୁମାର ସାମଲ ଯୋଗ ଦେଇଥିଲେ, ଶେଷରେ ସମ୍ପାଦକ ଶଶାଙ୍କ ଶେଖର ସାମଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *