ଅନୁଗୋଳ ଜିଲ୍ଲା ଏଫସିଆଇ ସେକସନ ଅଧୀନସ୍ଥ ଗଡସନ୍ତ୍ରୀ କାର୍ଯ୍ୟାଳୟରେ ଆଜି ବନବିଭାଗର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ରେଞ୍ଜର ସୁକାନ୍ତି ଦେଇ, ଫରେଷ୍ଟର କୁଶଧ୍ଵଜ ନାୟକ, ପିପୁଲ ଫର ଆନିମଲ ସଦସ୍ୟ କୁନା ସାହୁ, ଗଜ ମିତ୍ର ସଦସ୍ୟ, ଫରେଷ୍ଟ ସ୍କ୍ୱାର୍ଡ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ପ୍ରଶିକ୍ଷଣ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ଅଞ୍ଚଳ ବାସିନ୍ଦାଙ୍କ ହାତୀ ଉପଦ୍ରବ ରେ କିପରି ଜୀବନ ହାନି ହେବ ନାହିଁ, ବନବିଭାଗର ଗ୍ରାମ ସ୍ତରରେ ସମସ୍ତ ସଦସ୍ୟ ଜନସାଧାରଣ ଙ୍କୁ କିପରି ସଚେତନ କରାଇବା ସହିତ ନିଜେ ସୁରକ୍ଷୀତ ରହି ପାରିବେ ରେଞ୍ଜର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗ୍ରାମ ସ୍ତରରେ ଥିବା ୮୫ ଜଣ ଗଜ ସାଥୀଙ୍କୁ କାର୍ଯ୍ୟରତ ପୋଷାକ, ପାଣି ବୋତଲ ଓ ଟର୍ଚ୍ଚ ଲାଇଟ ପ୍ରଦାନ କରିଥିଲେ।
