ଜଗତସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଡିଙ୍ଗିଶ୍ୱର ଅଙ୍ଗନବାଡି କେନ୍ଦ୍ର ପରିସରରେ ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି | ସୁପରଭାଇଜର ମନୋରମା ଲେଙ୍କା ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ ଧନେଶ୍ୱରୀ ନାୟକ | ମୁଖ୍ୟ ବକ୍ତା ସରପଞ୍ଚ ମେନକା ଦାସ | ସଂମ୍ମାନିତ ଅତିଥିଭାବେ ଯାଞ୍ଚକର୍ତ୍ତା ଧବଳେଶ୍ୱର ମହାନ୍ତି | ମାତୃ କମିଟି ସଭ୍ୟ ଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇ ଜାତୀୟ ମାନବାଧିକାର ଦିବସର ତାପର୍ଯ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ପ୍ରାରମ୍ଭରେ ଅଙ୍ଗନବାଡି କର୍ମୀ ବନପ୍ରଭା ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ପଳାଶୋଳ ପଞ୍ଚାୟତ ର ସମସ୍ତ ଆଶା, ଅଙ୍ଗନବାଡି, କର୍ମୀ ଓ ସହାୟିକା ଏବଂ କିଶୋରୀ ବାଳିକା ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତିରଞ୍ଜନ ପରିଡା ଙ୍କ ରିପୋର୍ଟ
