ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଗରିବ ବୃଦ୍ଧ ଓ ବୃଦ୍ଧା ଙ୍କୁ ବସ୍ତ୍ର ବଣ୍ଟନ କରିଛନ୍ତି ରାୟଗଡ ବିଧାୟକ ଆପାଲୁ ସ୍ୱାମୀ କାଡ୍ରାକା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ଅବସରରେ ବିଧାୟକ ଆପାଲୁ ସ୍ୱାମୀ ତିନି ଶହ ରୁ ଉର୍ଧ୍ୟ ଗରିବ ବୃଦ୍ଧ ଓ ବୃଦ୍ଧା ଙ୍କୁ ଲୁଙ୍ଗି ,ଗାମୁଛା ,ଶାଢୀ ବଣ୍ଟନ କରିଛନ୍ତି ।

ଗରିବ ବୃଦ୍ଧ ଓ ବୃଦ୍ଧା ମାନେ ଆଜିର ଦିନରେ ବସ୍ତ୍ର ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।ବିଧାୟକଙ୍କ ଏପରି ମହତ କାର୍ଯ୍ୟ ପ୍ରସଂସା କରିଛନ୍ତି ସହରବାସୀ ।ପଦ ଥାଉ କି ନ ଥାଉ ଏପରି ସମାଜସେବା ଜାରି ରହିଥିବ ବୋଲି ପ୍ରକାଶ କରଛନ୍ତି ବିଧାୟକ ଆପଳା ସ୍ୱାମୀ କାଡ୍ରକା ।
