• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଉଦ୍ଘାଟିତ ହେଲା କଳା ସଂସ୍କୃତିର ମହାକୁମ୍ଭ ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

Bymamatanews

Jan 15, 2025
Spread the love

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି ବୋଲି ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ଉଦଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଦିବାଦ୍ୟ ମହୁରି ବାଦନ, ଘୁମୁରାର ଶବ୍ଦନାଦ ସହିତ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବେ ଉଦ୍ଘାଟିତ ହୋଇଥିଲା କଳାହାଣ୍ଡି ଉତ୍ସବ।

ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସମେତ ଭବାନୀପାଟଣା ପୌର ପରିଷଦ ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାକୁ ଉମେଶ ଚନ୍ଦ୍ର ଶତପଥି ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ସୁରଜିତ ସିଂହ, ରାହୁଲ ପ୍ରଧାନ, ବିକାଶ ଆବାସିକ ବିଦ୍ୟାଳୟ, ଆର୍ଯ୍ୟ ନାୟକ, ସବ ଲେଫ୍ଟନାଣ୍ଟ ସୁଶାନ୍ତ କୁମାର ଦାଶ, ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ଦୀପକ ରଞ୍ଜନ ବେହେରା, ପ୍ରେମାଞ୍ଜଳି ନାଗ, ଦୀନେଶ ମାଝୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବର ସ୍ମରଣିକା ନିଶାନକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *