• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀଙ୍କ ସାଇକେଲ ଯାତ୍ରା

Bymamatanews

Jan 15, 2025
Spread the love

ପ୍ରଦୂଷଣ ମୁକ୍ତ ଜିଲ୍ଲା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟ ରେ ଦାବି ଦେବେ ସ୍ଵେଚ୍ଛାସେବୀ

ଶିଳ୍ପ ସମୃଦ୍ଧ ଆନୁଗୋଳ ସହରରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଥିବାବେଳେ ଏଠାରେ ବଞ୍ଚିବା ହୋଇପଡୁଛି ଦୁର୍ବିସହ । ଶ୍ବାସ, ଯକ୍ଷ୍ମା, କ୍ୟାନ୍ସର,ଚର୍ମଜନିତ ରୋଗ ଆଦିରେ ଲୋକମାନେ ପଡି ହନ୍ତସନ୍ତ ହେଉଥିବାବେଳେ ଖଣି କଳକାରଖାନାର ଧୂଆଁ ଧୂଳି, ଯାନବାହନରୁ ନିର୍ଗତ ଧୂଆଁ ପ୍ରଦୂଷଣର ମାତ୍ରାକୁ ଦ୍ବିଗୁଣିତ କରୁଛି।

ଦୃତ ଶିଳ୍ପାୟନ ଓ ଖଣି ଖାଦାନ ବୃଦ୍ଧି ଯୋଗୁଁ ଅନୁଗୋଳ ଜିଲ୍ଲାରୁ ସବୁଜିମା ହଜି ଯିବାକୁ ବସିଥିବାବେଳେ, ପୁରୁଣା ଜଙ୍ଗଲକୁ ଖଣି କର୍ତ୍ତୃପକ୍ଷ କାଟିବାରେ ଲାଗିଥିବାବେଳେ ଅନୁଗୋଳ ଜିଲ୍ଲାରେ ବସ ବାସ କରିବା ଏକରକମ ଅସମ୍ଭବ ହୋଇପଡ଼ିଲାଣି। ତେଣୁ ଏହାର ନିରାକରଣ ପାଇଁ ଆଜି କିଛି ସ୍ବେଚ୍ଛାସେବୀ ଅନୁଗୋଳ ଶୈଳଶ୍ରୀ କ୍ଷେତ୍ର ସମ୍ମୁଖରୁ ସାଇକଲରେ ଶୋଭାଯାତ୍ରାରେ ବାହାରିଛନ୍ତି ।ବିଶିଷ୍ଟ ସମାଜସେବୀ କୃଷ୍ଣା ମହାନ୍ତି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ସ୍ବେଛାସେବୀଗଣ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳଙ୍କୁ ଭେଟି ଅନୁଗୋଳ ସହରର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦାବି ପତ୍ର ଦେବାର ରହିଛି କାର୍ଯ୍ୟକ୍ରମ।

Leave a Reply

Your email address will not be published. Required fields are marked *