• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୋଳପୂର୍ଣ୍ଣିମା ହେଲା ବାପ, ମାଆ, ପୁଅ ପାଇଁ ଜୀବନର ଶେଷ ପୂର୍ଣ୍ଣିମା।

Bymamatanews

Mar 15, 2025
Spread the love

ହେlଲିରେ ଚାଲିଗଲା ବାପା ମାଆ ପୁଅ ର ଜୀବନ l ଜୁଆଇଁ ଘରକୁ ଯାଉଥିବା ବେଳେ ଜୁଆଇଁ ଘର ନିକଟରେ ଟ୍ରକ୍ ଧକ୍କା ବାପ ମାଆ ପୁଅ ତିନି ତିନୋଟି ଜୀବନ ଚାଲିଗଲା l ଘଟଣା ସ୍ଥଳରେ ବାପର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥା ରେ ମାଆ ଓ ପୁଅକୁ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ଚିକିତ୍ସିତ ଅବସ୍ଥାରେ ମାଆର ମଧ୍ୟ ମୃତ୍ଯୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ପୁଅକୁ ଚମ୍ପୁଆରୁ କେନ୍ଦୁଝର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ବେଳେ ରାସ୍ତା ରେ ପୁଅର ମୃତ୍ୟୁ ହୋଇଥିବା ନେଇ ସୂଚନା।

ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ସାନନଈ ଗ୍ରାମର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ଜ୍ୱାଇଁ ଘର ଦୋଳିତା କୁ ବାଇକ ଯୋଗେ ଯାଉଥିବା ବେଳେ ଜାତୀୟ ରାଜପଥ ୨୦ ଦୋଳିତାଛକ ନିକଟରେ ଜୁଆଇଁ ଘର ସମ୍ମୁଖରେ ରିମୁଳି ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବାଇକକୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଐବନଙ୍କ ମୃତ୍ଯୁ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ମାଆ ଓ ପୁଅକୁ ଚମ୍ପୁଆ ଡାକ୍ତରଖାନାକୁ ନିଆ ଯାଇଥିଲା., ଡାକ୍ତରଖାନାରେ ମଥାମଣିଙ୍କ ମୃତ୍ଯୁ ଘଟିଥିବା ବେଳେ ପୁଅ ମଙ୍ଗଲଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତା ରେ ପୁଅର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଦୋଳିତା ଛକରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟାୟାର ଜାଳିଲୋକେ ରାସ୍ତାରୋକ କରିଛନ୍ତି .।ଘଟଣା ସ୍ଥଳରେ ଉତ୍ତୋଜନା ଦେଖାଦେଇଛି lଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *