ଢେଙ୍କାନାଳ (୧୫/୦୫/୨୦୨୫) : ଢେଙ୍କାନାଳଠାରେ ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇ ଏକ ପରାକ୍ରମ ଶୋଭାଯାତ୍ରା ସିଦ୍ଧ ବଳରାମ ମନ୍ଦିର ନିକଟରୁ ବାହାରି ବାଜି ଚୌକ, ଶାସନ ଛକ, ମହାବୀର ବଜାର ଦେଇ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l ପ୍ରାରମ୍ଭରେ ବଳରାମ ମନ୍ଦିର ନିକଟରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଓ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ସବୁଜ ପତକା ଦେଖାଇ ଶୋଭାଯାତ୍ରାର ଶୁଭାରାମ୍ଭ କରିଥିଲେ l ଏହି ଶୋଭାଯାତ୍ରାରେ ଯୋଗଦେଇ ଜିଲ୍ଲାପାଳ କହିଥିଲେ ଯେ, ବୀର ଯବାନ ସଦା ସର୍ବଦା ଦେଶର ସୁରକ୍ଷା ପାଇଁ ତତ୍ପର ରହିଥାନ୍ତି l ସେହିମାନଙ୍କ ବଳିଦାନ ପାଇଁ ଆମେ ଏକ ସୁଖ ଜୀବନ ଅତିବାହିତ କରୁଛେ l କାରଣ ସେମାନେ ବାହ୍ୟ ଶତ୍ରୁ ଆକ୍ରମଣରୁ ଅମାକୁ ରକ୍ଷା କରିଥାନ୍ତି l ତାସହିତ ବର୍ତ୍ତମାନ ପରିସ୍ଥିତି ରେ ପାକିସ୍ତାନ ସହିତ ଉପୁଜିଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ସେନା ଅସୀମ ସାହସ ଓ ପରାକ୍ରମର ପ୍ରଦର୍ଶନ କରିଅଛି l ତେଣୁ ଏହି ଶୋଭାଯାତ୍ରାକୁ ସେ ଦେଶର ସେହି ବୀର ଯବାନ ମାନଙ୍କ ସମ୍ମାନର୍ଥେ କରଯାଉଛି ବୋଲି ପ୍ରକାଶ କରିଥିଲେ l ଏହି ଶୋଭାଯାତ୍ରାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଏନଏସଏସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ, ରେଡକ୍ରସ, ବଜରଙ୍ଗ କ୍ଲବ, ଆଥେଲେଟିକ ସଙ୍ଘ, ପୋଲିସ ଅଧିକାରୀ, ସହରର ବୁଦ୍ଧିଜୀବୀ ଓ ସାମ୍ବାଦିକ ବନ୍ଧୁଗଣ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀଗଣ ଯୋଗଦେଇଥିଲେ l
