ଦୁର୍ଘଟଣାରେ ନାଲକୋ କର୍ମଚାରୀଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବୀରେ ନାଲକୋ ଗେଟ୍ପ ସମ୍ମୁଖ ରେ ଧାରଣା ଦେଲେ ପରିବାରବର୍ଗ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ରେ ଗତ ରାତି ପ୍ରାୟ ଦଶଟା ବେଳକୁ ମଙ୍ଗଳ ବାର ହାଟ ପାଖରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ନେଇ ମୃତ ଙ୍କ ଭାଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୁଲିସ କହିଛି ଯେ, ବଅଁରପାଳ ଗ୍ରାମର ଗଣେଶ୍ୱର ରାଉତ ୫୫ ନାଲକୋ ସିପିପି ଅନଗୁଳ ର ସିଏଚପି – ୨ ରେ ଠିକା ଶ୍ରମିକ ହିସାବରେ କାର୍ଯ୍ୟ କରୁଥିଲେ।ସେ ଗତ କାଲି ରାତି ପ୍ରାୟ ଦଶଟା ବେଳକୁ ଡ୍ୟୁଟି ସାରି ନିଜ ବାଇକ ନଂ – ଓ ଆର ୧୯ ୦୯୭୮ ଯୋଗେ ଗାଆଁ କୁ ଫେରୁଥିଲେ।

ସେ ମଙ୍ଗଳ ବାର ହାଟ ପାଖରେ ହୋଇଥିବା ସମୟରେ ବଅଁରପାଳ ଆଡୁ ଆଉ ଏକ ବାଇକ ନଂ – ଓ ଆର ୦୨ ବିଏଚ ୮୧୧୬ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା।ଫଳରେ ବାଇକ ଚାଳକ ଗଣେଶ୍ୱର ରାଉତଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା।ସ୍ଥାନୀୟ ଲୋକେ ଗନେଶ୍ୱରଙ୍କୁ ଉଦ୍ଧାର କରି ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ଖବର ପାଇ ଗନେଶ୍ୱରଙ୍କ ଭାଇ ଓ ସମ୍ପର୍କୀୟ ଡ଼ାକ୍ତରଖାନାରେ ପହଞ୍ଚି ଥିଲେ।ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ବଅଁରପାଳ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେଣୁ ଗ୍ରାମବାସୀ ମାନେ ଆନ୍ଦୋଳନ କରିବା ପରେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ଜଣଙ୍କୁ ନିଯୁକ୍ତି ଏବଂ ଇଏସଆଇ ଓ ଇପିଏଫ୍ ପ୍ରାପ୍ୟ ପ୍ରଦାନ ପାଇଁ ନାଲକୋ ଓ ଠିକାଦାର ରାଜି ହେବାରୁ ଶବ ଉଠିଥିଲା।
