
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ରେ ଅଜଣା ଗାଡି ଧକ୍କାରେ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା କାରଖାନା କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି। ପୋଲିସ ର ସୂଚନା ଅନୁଯାୟୀ ମୃତ୍ୟୁ ବ୍ୟକ୍ତି ଜଣଙ୍କ ହେଲେ ବିହାର ରାଜ୍ୟ ନିବାସୀ ଧର୍ମରାଜ କୁମାର ସିଂହ। ସେ ଆଜିକୁ ପ୍ରାୟ ୧୦ ବର୍ଷ ହେବ ବଅଁରପାଳ ଅଞ୍ଚଳରେ ରହି ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା ରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ଆଜି ସକାଳ ପ୍ରାୟ ୫ଟା୩୦ ମିନିଟ ସମୟରେ କାରଖାନା କୁ ଏ ସିଫ୍ଟ ଡ୍ୟୁଟି ଯିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ଛକ ପାଖରେ କୌଣସି ଏକ ଅଜଣା ଗାଡି ତାଙ୍କ ବାଇକ୍ ନମ୍ବର ଓଡି ୧୯ ଜେଡ ୧୮୪୬ କୁ ଧକ୍କା ଦେଇଥିଲା। ଯାହାଦ୍ୱାରା ଧର୍ମରାଜ ଉପରେ ଗଡି ଚଢି ପକାଇଥିଲା। ସ୍ତାନୀୟ ଲୋକେ ଟାଟା କାରଖାନା କୁ ଅବଗତ କରିବା ପରେ କାରଖାନା ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
