ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଘେରିଲେ ଅନୁଗୋଳ କଂଗ୍ରେସ କର୍ମୀ। ଗତକାଲି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜଣେ ସାଧାରଣ ଆନାସ୍ଥେସିଆ ରୋଗୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନଥିବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନତର କରିବାକୁ ନେଇ ଆଜି ସକାଳେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା କୁ ନେଇ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ଉପ-ସଭାପତି ଓ ପୂର୍ବତନ କାଉନସିଲର ବଲବୀର ସିଂ ନେତୃତ୍ୱରେ ଅନୁଗୋଳ କଂଗ୍ରେସର ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଆଜି ସକାଳେ ୧୧ ଘଟିକା ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯାଳୟକୁ ଯାଇଥିଲେ। କିନ୍ତୁ ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଛୁଟିରେ ଥିବାରୁ ସେମାନେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଗୌରୀ ଶଙ୍କର ବଳଙ୍କୁ ଦେଖା କରିଥିଲେ। କଂଗ୍ରେସ କର୍ମୀମାନେ ଅଭିଯୋଗ କରିଥିଲେ କି କଣ ପାଇଁ ସାଧାରଣ ରୋଗୀକୁ କଟକ କୁ ସ୍ଥାନତର କରିବାକୁ କୁହାଯାଉଅଛି। ଏହାପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନାସ୍ଥେସିଆ ଡାକ୍ତର ଛୁଟିରେ ଥିବା ଜଣାପଡିଥିଲା। ଏହିଭଳି ଅବ୍ୟବସ୍ଥା ଜାଣିବା ପରେ କଂଗ୍ରେସ କର୍ମୀମାନେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯାଳୟ ରେ ପାଟିତୁଣ୍ଡ କରିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୁତି ଦେଇଥିଲେ। ଆଜି ସନ୍ଧ୍ୟାରେ ଏହି ଘଟଣା କୁ ନେଇ ଜିଲ୍ଲାପାଳ ଙ୍କ ନିକଟରେ ମଧ୍ୟ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ତୁରନ୍ତ ଏହି ଘଟଣାର ସମାଧାନ କରିବାକୁ କଂଗ୍ରେସ କର୍ମୀ ଙ୍କୁ ପ୍ରତିଶୁତି ଦେଇଥିବା କଂଗ୍ରେସ କର୍ମୀମାନେ କହିଛନ୍ତି। ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସଂପାଦକ ସଂଗ୍ରାମ ବେହେରା, ଯୁବ ନେତା ସୁଜିତ ସାହୁ,ଛାତ୍ର ନେତା ବିଶ୍ୱଜିତ ବିଶ୍ୱାଳ, ମାନସ ବିଶ୍ୱାଳ ଙ୍କ ବହୁ କର୍ମୀ ସାମିଲ ହୋଇଥିଲେ।
