• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ରେ ଅନୁଗୋଳ ଜିଲ୍ଲାକୁ ୨ସ୍ଵର୍ଣ୍ଣ ସହ ୬ପଦକ

Bymamatanews

Oct 15, 2024
Spread the love

ଚଳିତ ମାସ ୮/୧୦/୨୪ ରିଖ ଠାରୁ ୧୨/୧୦/୨୪ ରିଖ ପଯ୍ୟନ୍ତ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କେ. ଟି ଗ୍ଲୋବାଲ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ପ୍ରତିଯୋଗିତା ଅନୁଗୋଳ ଜୁଡୋ ସଂଘ ସଂପାଦକ ସୁଧାଂଶୁ କୁମାର ପଣ୍ଡା ଙ୍କ ସହ ସଂପାଦକ ଦୁଷ୍ୟନ୍ତ କୁମାର ନାଥ କୋଷାଧ୍ୟକ୍ଷ ବିରେନ୍ କୁମାର ଭୂତିଆ ଙ୍କ ତତ୍ତ୍ୱାବଧାନରେ ଅନୁଗୋଳ ଜିଲ୍ଲାରୁ ୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ୨ ଟି ସ୍ବର୍ଣ୍ଣ ପଦକ ସହ ୬ ଟି ପଦକ ହାସଲ କରିଛନ୍ତି। ପଦକ ହାସଲ କରିଥିବା ଖେଳାଳି ମାନେ ହେଲେ ବାଳିକା ବିଭାଗର ଶ୍ରଦ୍ଧାଞ୍ଜଳି ସ୍ବାଇଁ ଓ ବାଳକ ବିଭାଗର ଅଂଶୁମାନ ମିଶ୍ର ସ୍ଵର୍ଣ୍ଣ ପଦକ ରୋୖପ୍ୟ ପଦକ ପ୍ରୋଜ୍ୟଲ୍ ଗୋଏଥ୍ କାଂସ୍ୟ ପଦକ ନିରୁପେଶ୍ ମହାକୁଡ଼, ଆୟୁଷ ରଞ୍ଜନ ସାହୁ, ବିଶ୍ଵମ୍ବ୍ରିତ୍ ସାହୁ ହାସଲ କରି ଜିଲ୍ଲା ର ଗୌରବ ଅର୍ଜନ କରିଥିବାରୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଉପସଭାପତି ନିର୍ମଳ ଅଗ୍ରୱାଲ, ପ୍ରଦୀପ କୁମାର ଦେବତା , ନିଳମଣି ରାଉତ,ପଦ୍ମାଖି ସିଂହ ଉପଦେଷ୍ଟା ଜଗଦୀଶ ମିଶ୍ର ଖେଳାଳି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇ ଥିଲେ। ବିଧାୟକ ଖେଳାଳି ମାନଙ୍କୁ ଏଭଳି ପଦକ ହାସଲ କରିଥିବାରୁ ଖେଳାଳି ମାନଙ୍କୁ ଆଗକୁ ବଢ଼ିବାକୁ ସାହାଯ୍ୟ ଓ ସହଯୋଗ ର ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ଖେଳାଳି ମାନଙ୍କୁ ନେଇ କୋଚ ପ୍ରିତମ କୁମାର ସାହୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲେ ।

Leave a Reply

Your email address will not be published. Required fields are marked *