ବିପୁଳ ପରିମାଣର ଦେଶୀ ମଦ ଜବତ
ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ କାରବାର ଉପରେ ଚଢ଼ାଉ। ଗତ ୧୦ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ତଥା ୪ ଦିନ ଧରି ଅବକାରୀ ବିଭାଗ ଲଗାତାର ଚଢ଼ାଉ କରି ୪୪୧ ଲିଟର ଦେଶୀ ମଦ, ୬୩୦୦ କେଜି ପୋଚ ସାଙ୍ଗକୁ ଦୁଇଟି ଗାଡ଼ି ଜବତ କରିଛି। ଅନୁଗୋଳ ଟାଉନ୍, ତାଳଚେର, ଆଠମଲ୍ଲିକ, ବଇଣ୍ଡା ଓ ପାଳଲହଡ଼ା ଅଞ୍ଚଳରେ ଏହି ଚଢାଉ ହୋଇଥିଲା । ଏ ସଂକ୍ରାନ୍ତରେ ମୋଟ ୧୯ଟି କେସ୍ ରୁଜୁ ହୋଇଥିବା ବେଳେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ କହୁଛି।
