• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫

Bymamatanews

Nov 15, 2025
Spread the love

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକର ବର ପଡିଆ ଠାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ l ଏହି କାର୍ଯ୍ୟକ୍ରମରେ ମାନନୀୟା ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ, ସମ୍ବଲପୁର ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସରୋଜ କୁମାର ସାହୁ ତଥା ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟ ନାରାୟଣ ସାହୁ ଯୋଗ ଦେଇଥିଲେ ।ମାନ୍ୟବର ବିଧାୟକ ଆଠ ମଲ୍ଲିକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କୁମୁଦ କୁମାର ପ୍ରଧାନ ଯୋଗ ଦେଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା, କିଶୋର ନଗର ଶ୍ରୀମତୀ ସୋରିନ୍ଦ୍ରୀ ପ୍ରଧାନ , ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ନଗର ଶ୍ରୀଯୁକ୍ତ ସୁବ୍ରତ କୁମାର ବେହେରା, ଜିଲ୍ଲା ମସ୍ତ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅମରେଶ କୁମାର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ବିଭିନ୍ନ ସରକାରୀ ଯୋଜନା ଏବଂ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ l ମେଳାର ମୁଖ୍ୟ ଆକର୍ଷଣ ଭାବେ ୮ ଜଣ ସଫଳ ଚାଷୀ ଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ସହିତ ମାନପତ୍ର, ଟ୍ରଫି ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l କିଶୋର ନଗର ବ୍ଲକର ସମୁଦାୟ ଛ ଶହ ରୁ ଉର୍ଦ୍ଧ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ l ୩ ଜଣ ଚାଷୀ ଏବଂ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା l ପ୍ରାଣୀ ସମ୍ପଦ ବିଭାଗ ର ୩ ଜଣ ଚାଷୀ ଏବଂ ମସ୍ତ୍ୟ ସମ୍ପଦ ବିଭାଗ ର ୩ ଜଣ ଚାଷୀ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l ବ୍ଲକ ସାଂସ୍କୃତିକ ପରିଷଦ ଦ୍ୱାରା ପାଲା ମାଧ୍ୟ୍ୟମରେ ମସ୍ତ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମର୍କରେ ସଚେତନ କରାଯାଇଥିଲା l ଏହି ଅବସରରେ ମସ୍ତ୍ୟ ଚାଷୀ ମାନଙ୍କୁ ଜାତୀୟ ମସ୍ତ୍ୟ ଡିଜିଟାଲ ପୋର୍ଟାଲ ରେ ପଞ୍ଜିକରଣ ଓ ପ୍ରାଣୀ ପାଳକ ମାନଙ୍କୁ ପ୍ରାଣୀଧନ ବୀମା ଅନ୍ତର୍ଭୁକ୍ତ କରାଯାଇଥିଲା l ପ୍ରାଣୀ ସମ୍ପଦ ବିଭାଗ, ମସ୍ତ୍ୟ ସମ୍ପଦ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଓମ୍ଫେଡ, ମିଶନ ଶକ୍ତି ବିଭାଗ, ପାଉଡି ଭୂୟାଁ ଜନଜାତି ଉନ୍ନୟନ ବିଭାଗ ପ୍ରଦର୍ଶନୀ ମାଧ୍ୟମରେ ନିଜ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ, ଆରକ୍ଷୀ ବିଭାଗ, ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଶ୍ରୀଯୁକ୍ତ ସନ୍ତୋଷ ସାହୁ ମଞ୍ଚ ପରିଚାଳନା କରିଥିଲାବେଳେ ସହକାରୀ ମସ୍ତ୍ୟ ଅଧିକାରୀ,କିଶୋର ନଗର ଡ଼ା ସୁଶ୍ରୀ ସୁଭାଷିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
ଧନ୍ୟବାଦ

Leave a Reply

Your email address will not be published. Required fields are marked *