ରକ୍ତ ପରୀକ୍ଷା ନ କରି ଘର କୁ ଫେରିଲେ ରୋଗୀ
ପାୱାର କଟ ହେଲେ ଭଗବାନ ଙ୍କ ଭରସା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସୂଚନା ଯେ, ଆଜି ସକାଳ ୮ ଘଟିକା ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ମେଣ୍ଟେନାସ କାର୍ଯ୍ୟ ପାଇଁ ସାରା ଅନୁଗୋଳ ସହରରେ ବିଦ୍ୟୁତ୍ ସେବା ବନ୍ଦ ହୋଇଛି। ଯାହା ସିଧା ସଳଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପଡିଛି। କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଦ୍ୟୁତ୍ ସେବା ବନ୍ଦ ରହିଥିଲା । କିନ୍ତୁ ପାୱାର କଟ ହେଲେ କୌଣସି ବିକଳ୍ପ କରାଯାଇ ନାହିଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଯାହା ପାଇଁ ରୋଗୀ ଙ୍କ ରକ୍ତ ପରୀକ୍ଷା ଏବଂ ଫିଜିଓଥେରାପି ବନ୍ଦ ହୋଇ ଯାଇଛି। ନିରାଶ ହୋଇ ଫେରୁଛନ୍ତି ରୋଗୀ। କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିକାଲ କଲେଜ ର ମାନ୍ୟତା ପାଇଁ ମେଡିକାଲ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଗତ କାଲି ସ୍ଵାଗତ ମଧ୍ୟ କରାଯାଇଛି। କିନ୍ତୁ ଆଜି ଏ ବ୍ୟବସ୍ଥା ପାଇଁ ରୋଗୀ ନିନ୍ଦା ପ୍ରକାଶ କରୁଛନ୍ତି। ପାୱାର କଟ ହେଲା କୌଣସି ବିକଳ୍ପ ନ କରି କିପରି ଚିକିତ୍ସାଳୟ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜିବୀ ।

