• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଜଣେ ଗୁରୁତ୍ତର ହୋଇଥିବା ବେଳେ ଜଣେ ଆହତ

ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖମାର ଓଭର ବ୍ରିଜ ଆଗରେ ଯାଇଥିବା ବାଇପାସ ରାସ୍ତାରେ ଉପରେ ଆଜି ଭୋର୍ ସମୟରେ ଛିଡା ଥିବା ଟ୍ରକ ପଛରେ ଧକ୍କା ଦେଲା କାର, ଜଣେ ଗୁରୁତର, ଜଣେ ଆହତ ହୋଇ ଥିବା ଜଣା ପଡିଛି। ସୂଚନା ଯେ, ଗତ କାଲି ବିଲମ୍ବିତ ରାତିରେ ଢେଙ୍କାନାଳ ରୁ ବାହାରି ଏକ ଟ୍ରକ RJ 02 GB 3268 ରାଜସ୍ତାନ ରାଜ୍ୟକୁ ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ ଖମାର ରାସ୍ତା ଉପରେ ବ୍ରେକ ଡାଉନ୍ ହୋଇଥିଲା । ଯାହା ଫଳରେ ଟ୍ରକ ଟି ରାସ୍ତା କଡ ରେ ରହିଥିଲା। ଆଜି ପାହାନ୍ତା ବେଳେ ଦୁଇ ଜଣ କଟକ ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର OD 15 AD 6399 ଛିଡା ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା। ଯାହା ଫଳରେ ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ଗୁରୁତର, ଆଉ ଜଣେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ତେବେ ଖବର ପାଇ ପୋଲିସ ପହଁଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *