• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ଅନୁଗୋଳ ପୋଲିସ

Bymamatanews

Dec 15, 2024
Spread the love

୪ ଅଭିଯୁକ୍ତ ଓ ୨ କବାଡ଼ିଆ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଟାଉନ୍ ଥାନା ପୋଲିସ

ଅନୁଗୋଳ ମାଳତୀ ବିହାର ନିବାସୀ ମନୋଜ କୁମାର ବେହେରାଙ୍କ ଏକ ପଲସର ବାଇକ୍ ଚୋରି ହୋଇଥିବା ନେଇ ଅନୁଗୋଳ ଟାଉନ ଥାନାରେ ଅଭିଯୋଗ କରିଥିଲେ । ବାଇକ୍ ଚୋରୀ ନେଇ ଅନୁଗୋଳ ଟାଉନ ଥାନା ଏକ ମାମଲା ରୁଜୁ କରିଥିଲେ । ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜେନଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଆଇଆଇସି ଧିରେସ କୁମାର ଦାସଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ଛାନଭିନ ଆରମ୍ଭ କରିଥିଲେ । ଏଥିରେ ସଂପୃକ୍ତ ଛଅଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ମାନେ ହେଲେ ହାକିମପଡ଼ା ର ଅମିତ୍ ବେହେରା, ଶାବଳଭଙ୍ଗା ର ବିଜୟ ପେଣ୍ଠୋଇ, କାନ୍ନା ଖାନ, କଣ୍ଢେଇଗୋଳା ଥାନା ଅଞ୍ଚଳ ର ରାକେଶ ଖାନ ଓ ଦୁଇ କବାଡ଼ିଆ ଅଭିମନ୍ୟୁ ଜେନା, ଛେଣ୍ଡିପଦା ଥାନା ଅଞ୍ଚଳ ର ସୁଶିଲ ସାହୁଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଛଅଟି ବାଇକ, ତିନୋଟି ଚେଚିସ, ଗୋଟିଏ ଇଞ୍ଜିନ, ଚାରୋଟି ମୋବାଇଲ ଫୋନ୍ ସହ ନଗଦ ୭୬୧୦ ଟଙ୍କା ଜବତ କରିଥିଲା। ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅନୁଗୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମାକାନ୍ତ ମହାଳିକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ।

Leave a Reply

Your email address will not be published. Required fields are marked *