• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ ଘଟଣାର ଫେରାର ଟ୍ରକ ଚାଳକ ଗିରଫ

Bymamatanews

Dec 15, 2024
Spread the love

ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ଗତ ୯ ତାରିଖ ରାତ୍ରୀ ପ୍ରାୟ ୮ ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ଢେଙ୍କାନାଳ ଜିଲ୍ଲା ଗିରିଧରପ୍ରସାଦ ଗ୍ରାମର ପ୍ରତାପ ରାଉତ ଙ୍କ ୨୬ ବର୍ଷୀୟ ପୁଅ ପ୍ରଦୀପ ରାଉତ କୌଣସି କାମରେ ତାଳଚେର ଆସି ଘରକୁ ଫେରୁଥିଲେ। ଗୋତମରା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି କେନାଲ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥ ଠାରେ ଏକ ଟ୍ରକ ମୋଟରସାଇକେଲ ପଛପଟୁ ଧକ୍କା ଦେବା ଫଳରେ ବାଇକ ଚାଳକ ର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘରଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳକୁ ଆସି ଗାଡି ଦୁଇଟିକୁ ଜବତ କରିଥିଲା ।
ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ତାଳଚେର ଥାନା ଅଞ୍ଚଳରୁ ଚାଳକ ବାସୁଦେବ ସାହୁଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *