ଜଣେ ଗୁରୁତ୍ତର ହେବା ସହ ତିନି ଆହତ
ଅନୁଗୋଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକ ନିକଟରେ ଏକ ଅଟୋ ଓଲଟି ଜଣେ ଗୁରୁତ୍ତର ହେବା ସହ ତିନି ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ସୂଚନା ଯେ, ସାଲେପୁର ଅଞ୍ଚଳର ତୈଲକ୍ଷ ନାଥ ଦାସ, ତାଙ୍କ ସ୍ତ୍ରୀ ଡ଼ଲି ରାଣୀ ଦାସ ଏବଂ ତାଙ୍କ ପୁଅ ସାଇ ସରୋଜ ଦାସ ଏକ ବସ ରେ ସାଙ୍ଗ ସାଥି ହୋଇ ସମଲେଶ୍ୱରୀ ଦର୍ଶନ ପାଇଁ ବାହାରିଥିଲେ। ସାଇ ସରୋଜଙ୍କର ଅତ୍ୟଧିକ ବାନ୍ତି ହେବାରୁ ଘରକୁ ଫେରିବା ପାଇଁ ବାପା ମା ନିଷ୍ପତ୍ତି ନେଇଥିଲେ। ବନ୍ତଳା ଛକ ଠାରେ ବସରୁ ଓହ୍ଲାଇ ଟ୍ରେନ ରେ ଘର କୁ ଫେରିବା ପାଇଁ ଏକ ଅଟୋ ଯୋଗେ ଅନୁଗୋଳ ଷ୍ଟେସନକୁ ଆସୁଥିଲେ। ପଞ୍ଚମହଲା ଛକ ନିକଟରେ ଏକ ବାଇକ୍ କଟ୍ ମାରିବାରୁ ଅଟୋ ଟି ଓଲଟି ପଡିଥିଲେ। ଯାହା ଫଳରେ ତୈଲକ୍ଷ, ଡ଼ଲି ରାଣୀ ଏବଂ ଅଟୋ ଚାଳକ ଆହତ ହୋଇ ଥିବା ବେଳେ ସାଇ ସରୋଜ ଗୁରୁତ୍ତର ହୋଇଥିଲେ। ସ୍ଥାନୀୟବାସୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା।
