ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ପନ୍ଦରଭରଣୀଆ ଗ୍ରାମରେ ୧୦ତମ ମା ବାଉତି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଥିବା ବେଳେ

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ବିଭୁତି ଭାଇ, ବିଶିଷ୍ଟ ଆଇନିଯିବି ପ୍ରଦୀପ କୁମାର ଦେବତା, ମଣ୍ଡଳ ସଭା ପତି କିଟୁ ପଣ୍ଡା ,ନାଲକୋ ଉନିୟନ ନେତା ପ୍ରକାଶ କୁମାର ସିଂ , ଗକୁଳା ନନ୍ଦ ଲେଙ୍କା, ଭୁଗୋବେରିଣୀ ସରପଞ୍ଚ ଚାପିଲିନ ସାହୁ, ସୌରଭ ସାମଲ , ପୁର୍ବତନ ବ୍ଲକ ଚେୟାରମ୍ୟାନ ଡିଲେଶ୍ଵର ରାଉତ, ଗ୍ରାମ ସଭା ପତି ଅଲେଖ ଚରଣ ସାହୁ ,ବଅଁରପାଳ ଥାନା ଏସ୍ ଆଇ ଅର୍ଚ୍ଚନା ନାୟକ ଯୋଗଦେଇଥିଲେ। ଏହି ଟୁର୍ନାମେଣ୍ଟ ଡିସେମ୍ବର୍ ୬ ତାରିଖ ରୁ ଆରମ୍ବ ହୋଇ ଥିବାବେଳେ ଏଥିରେ ୧୬ ଟି ଦଳ ଭାଗ ନେଇଥିଲେ। ଶେଷରେ ଟେଣ୍ଟଲୋଇ ଓ କୁକୁଡ଼ାଙ୍ଗ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଫାଇନାଲ ଟି ତିନ ପର୍ଯ୍ୟାୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟେଣ୍ଟଲୋଇ ୨-୧ ରେ ବିଜୟ ହାସଲ କରି ଚାମ୍ପିୟନ ବିବେଚିତ ହୋଇଥିଲା। ଚାମ୍ପିୟନ ଦଳକୁ ଅନୁଗୋଳ ବିଧାୟକ ଟ୍ରଫି ପ୍ରଦାନ କରିଥିବା ବେଳେ ଉପବିଜେତା ଦଳକୁ ଛେଣ୍ଡିପଦା ବିଧାୟକ ଟ୍ରଫି ପ୍ରଦାନ କରିଥିଲେ
