୩୨ ଟନ କୋଇଲା ସହ ୧୬ ଚକିଆ ଟ୍ରକ୍ ଜବତ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ବେଆଇନ ଗାଡି ଚାଳନା ଓ ମଦ୍ୟପାନ ଗାଡି ଚାଳନା ବିରୋଧରେ ଯାଞ୍ଚ ବେଳେ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି। ପୋଲିସ ପକ୍ଷରୁ ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ଥାନା ସମ୍ମୁଖ ଛକରେ ଗାଡି ଯାଞ୍ଚ ସମୟରେ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଏକ ୧୬ ଚକିଆ ଗାଡିରେ ଚୋରା କୋଇଲା ଚାଲାଣ ହେଉଛି।

ପୋଲିସ ଯାଞ୍ଚ ପ୍ରକ୍ରିୟା ଜୋରଦାର ଚଳାଇଥିବା ବେଳେ ଟ୍ରକ ନମ୍ଵର୍ ଓଡ଼ 35 H 2862 ର ଚାଳକ ଓ ହେଲପର ଗାଡି ଛାଡି ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସ ଉଭୟଙ୍କୁ ପିଛାକରି ଧରିବା ସହ ପଚରା ଉଚରା କରିବା ସମୟରେ କୋଇଲା ର କାଗଜ ନଥିବା ଜାଣିପାରି ଉଭୟଙ୍କୁ ଥାନାରେ ଅଟକ ରଖିଛି। ପୋଲିସ ଉଭୟଙ୍କ ନାମରେ ମାମଲା ରୁଜୁ କରି ଥାନାରେ ଅଟକ ରଖିଛି।
