• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପଞ୍ଚ ମହଲା ନିକଟରୁ ଜଣେ ବ୍ୟକ୍ତିଙ୍କର ଲଙ୍ଗଳା ଅବସ୍ଥାରେ ମୃତ ଦେହ ଉଦ୍ଧାର

Bymamatanews

Dec 15, 2025
Spread the love

ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ପଞ୍ଚ ମହଲା ନିକଟରୁ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର ହୋଇଛି। ରାସ୍ତା କଡରେ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ସଦର ପୋଲିସକୁ ଖବର ଦେଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ଅନୁଗୋଳ ସଦର ଆଇଆଇସି ଓ ଥାନାର ଅଧିକାରୀ ମାନେ ପହଞ୍ଚି ଥିବା ବେଳେ ବେଳେ ସାଇଣ୍ଟିଫିକ୍ ଟିମ୍ ଓ ବଅଁରପାଳ ଅତିରିକ୍ତ ତହସିଲଦାର ପହଞ୍ଚି ଅଧିକ ତଦନ୍ତ କରିଚନ୍ତି। ମୃତ ବ୍ୟକ୍ତିଙ୍କ ନାମ ଦାମୋଦର ଭୋଇ (୪୦) ହୋଇଥିବା ବେଳେ ଘର ବଲାଙ୍ଗୀର ଜିଲ୍ଲାର ଆଗଲପୁର ଅଞ୍ଚଳ କର୍ମାନନ୍ଦପଡ଼ା ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *