ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ବାମୁର ଗ୍ରାମର ମହେଶ୍ବର ବେହେରାଙ୍କ ସ୍ତ୍ରୀ କଇଁତା ବେହେରା (୨୫) ଘରେ ଗୋଟିଏ ଏକୋଇଶି ଦିନର ଛୁଆକୁ ଧରି ନିଆଁ ସେକି ହେଉଥିବା ବେଳେ ମହିଳାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ପରିବାର ଲୋକ ଗୁରୁତର ଅବସ୍ଥାରେ କିଶୋରନଗର ମେଡ଼ିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମହିଳାଙ୍କର ପାଦ ଠାରୁ ଅଣ୍ଟା ପର୍ଯ୍ୟନ୍ତ ନିଆଁ ଲାଗି ଯାଇଛି।
