
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ଅସାମାଜିକ ଲୋକଙ୍କ ପଦୃଭାବ ବଢ଼ିବାରେ ଲାଗିଛି ଓ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ସେଇଭଳି ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ଅଧୀନରେ ଥିବା ଭଦ୍ରାସାହି ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଦୃର୍ବୁତ୍ତ। ଯାହାକି ସୂଚନା ରହିଛି ଗତ ରାତିରେ ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଭଦ୍ରାସାହି ରାଜପଥ ଭୁସୁଗାଁ ସ୍ଥିତ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ଅଧୀନରେ ଥିବା ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ଚୋରୀ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ କେହି ଦୁବୃର୍ତ୍ତ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ର ତାଲା ଭାଙ୍ଗି କାର୍ଯ୍ୟାଳୟ ରେ ପଶି ଉକ୍ତ କାର୍ଯ୍ୟାଳୟ ରେ ଥିବା ତିନୋଟି ଲ୍ୟାପଟପ୍ ଓ ତାର ତିନୋଟି ଚାର୍ଜର ତିନୋଟି ବ୍ୟାଗ୍, ଗୋଟିଏ ପ୍ରିଣ୍ଟର ମେସିନ୍ ଗୋଟିଏ ସ୍କାନର ମେସିନ୍ ଗୋଟିଏ ଇନ୍ଭେଟର୍ ଗୋଟିଏ ଇନ୍ଭେଟର୍ ବ୍ୟାଟେରୀ ଗୋଟିଏ କାନ୍ଥ ଘଡି ସମେତ ଗୋଟିଏ ସିଲିଙ୍ଗ ଫ୍ୟାନ ର କଏଲ୍ କୁ ଚୋରୀ କରି ନେଇଥିବା ନେଇ ସୂଚନା। ଆଜି ସକାଳୁ ଭଦ୍ରାସାହି ରାଜସ୍ବ ନୀରିକ୍ଷକ ପ୍ରକାଶ ପ୍ରଧାନ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ କାର୍ଯ୍ୟାଳୟରୁ ଚୋରୀ ହୋଇଥିବା ଦେଖି ସଙ୍ଗେ ସଙ୍ଗେ ବଡ଼ବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା ଙ୍କୁ ଚୋରୀ ସମ୍ବନ୍ଧରେ ଅବଗତ କରାଇଥିଲେ, ଖବର ପାଇ ବଡ଼ବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା ମହୋଦୟ ଘଟଣା ସ୍ଥଳକୁ ଯାଇ ତନଖି କରିବା ପରେ ଏହି ଚୋରୀ ସମ୍ବନ୍ଧରେ ବଡ଼ବିଲ ଥାନା ରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
