• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡିଶା ଆଦର୍ଶ ବିଦ୍ୟାଳୟ ରୁ ରାଜନୈତିକ କୋଟା ଉଚ୍ଛେଦ ନିମନ୍ତେ ଦାବି ଜଣାଇଲେ ବିଧାୟକ

Bymamatanews

Jan 16, 2025
Spread the love

ଆମ ରାଜ୍ୟରେ ସ୍କୁଲ ଶିକ୍ଷାର ମାନରେ ଉନ୍ନତି କରିବା ସ‌ହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବ୍ଳକ୍‌ରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପିତ କରାଯାଇଛି।

ଏହି ବିଦ୍ୟାଳୟରେ ସଂପୃକ୍ତ ବ୍ଳକ୍‌ର ମେଧାବୀ ବିଦ୍ୟାର୍ଥୀମାନେ ବିନା ଦ୍ବିଧାରେ ପ୍ରବେଶିକା ପରୀକ୍ଷାରେ ନିଜର ସାମର୍ଥ୍ୟ ଅନୁସାରେ ପ୍ରସ୍ତୁତ ପୂର୍ବକ କୃତକାର୍ଯ୍ୟ ହୋଇ ଅଧ୍ୟୟନ ନିମନ୍ତେ ପ୍ରବେଶ କରିପାରୁଛନ୍ତି।

ଏମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ସହିତ ମଧ୍ଯ ପ୍ରତ୍ୟେକ କ୍ଷେତ୍ରରେ ସଂପୂର୍ଣ ଆସ୍ଥା ସହିତ ପ୍ରତିଯୋଗୀତାରେ ଏକ ଦକ୍ଷ ପ୍ରତିଯୋଗୀ ଭାବେ ଭୂମିକା ନିର୍ବାହ କରିବାରେ ସକ୍ଷମ ହୋଇପାରୁଛନ୍ତି ଏବଂ ପରବର୍ତୀ ସମୟରେ ସେମାନେ ଅନ୍ୟ ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟ କରିବେ।

ଏହି ପରିପେକ୍ଷୀରେ ସୂଚାଇ ଦେବାକୁ ଚାହେଁ ଯେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ସମୟରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ବିଧାୟକମାନଙ୍କୁ ଉକ୍ତ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ (Quota ହିସାବରେ) ୨ଜଣଙ୍କୁ ସୁପାରିଶ ନିମନ୍ତେ ବିଶେଷ ଅଧିକାର ଦିଆଯାଇଅଛି।

ନିର୍ବାଚନ ମଣ୍ଡଳୀର ଶହ ଶହ ଅଭିଭାବକ ସୁପାରିଶ ନିମନ୍ତେ ଆସୁଛନ୍ତି।

ସାଧାରଣ ଛାତ୍ରମାନେ ପ୍ରବେଶିକା ପରୀକ୍ଷା ଦ୍ବାରା ଅଧ୍ୟୟନ ନିମନ୍ତେ ଉତୀର୍ଥ ହେଉଥ‌ିବା ସ୍ଥଳେ ସୁପାରିଶ କରିବା ଦ୍ୱାରା ପାତରଅନ୍ତର ହେଲା ଭଳି ଅନୁଭବ ହେଉଅଛି । ବିଦ୍ୟାଳୟର ପ୍ରବେଶ ପ୍ରକ୍ରିୟାକୁ ଆହୁରି ଉତରଦାୟୀ କରିବା ପାଇଁ ଆମ ଉପରେ ନ୍ୟସ୍ତ ହୋଇଥିବା ବିଶେଷ ଅଧିକାରକୁ ପ୍ରତ୍ୟାହାର କରିବା ନିମନ୍ତେ ଏ ପ୍ରସ୍ତାବ ଆପଣଙ୍କ ବିଚାର ପାଇଁ ଉପସ୍ଥାପିତ କରୁଅଛି। ଏ ସମ୍ବନ୍ଧରେ ପୂର୍ବରୁ ରାଜ୍ୟ ସରକାରଙ୍କୁ ମଧ୍ଯ ଅନୁରୋଧ କରାଯାଇଅଛି।

Leave a Reply

Your email address will not be published. Required fields are marked *