• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ଅନୁଗୋଳ ଏବଂ ଛେଣ୍ଡିପଦା ବିଧାୟକ

Bymamatanews

Jan 16, 2025
Spread the love

ଆଜି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିବାବେଳେ ଅନୁଗୋଳ ସବ ଡିଭିଜନରେ ମଧ୍ୟ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି ।

ଅନୁଗୋଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ଓ ଛେଣ୍ଡିପଦା ବିଧାୟକ ଯୋଗଦେଇ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ । ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ସୂଚନାଅନୁଯାୟୀ, ଅନୁଗୋଳ ଜିଲ୍ଲାରେ ୧୦,୨୨୯ ଜଣ ହିତାଧିକାରୀ ବିଭିନ୍ନ କ୍ଷେତ୍ରର ଏହି ବର୍ଦ୍ଧିତ ଭତ୍ତା ପାଇବାକୁ ଥିବାବେଳେ ଅନୁଗୋଳ ଉପଖଣ୍ଡରେ ମୋଟ ୩୯୪୦ ଜଣ ହିତାଧିକାରୀ ଏହି ବର୍ଦ୍ଧିତ ଭତ୍ତା ପାଇବେ । ପୂର୍ବରୁ ମଧୁବାବୁ ପେନସନ ଯୋଜନା ବା ଜାତୀୟ ସାମାଜିକ ସହାୟତା ଯୋଜନାରେ ହିତାଧିକାରୀ ପ୍ରଥମେ ୧ ହଜାର ଟଙ୍କା ଏବଂ ବୟସାଧିକ ହେବା ପରେ ୧୨ ଶହ ଟଙ୍କା ପାଉଥିଲେ। ସେହିପରି ଭିନ୍ନକ୍ଷମ ୧ ହଜାର ଓ ୮୦ ପ୍ରତିଶତରୁ ଅଧ‌ିକ ଭିନ୍ନକ୍ଷମ ୧୨ ଶହ ଟଙ୍କା ପାଉଥିଲେ। ବର୍ତ୍ତମାନ ଏହି ବର୍ଦ୍ଧିତ ଭତ୍ତା ଯୋଗ୍ୟ ହିତାଧିକାରୀଙ୍କୁ ମିଳିଥିବାବେଳେ ଏହାକୁ ନେଇ ହିତାଧିକାରୀମାନେ ଖୁସି ଵ୍ୟକ୍ତ କରିଛନ୍ତି ।

ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲଙ୍କ ରିପୋର୍ଟ ମମତା ନ୍ୟୁଜ

Leave a Reply

Your email address will not be published. Required fields are marked *