• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ଜିଲ୍ଲା ରେ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମ ଉଦ୍ଘାଟିତ

Bymamatanews

Jan 16, 2026
Spread the love

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତ ମେଳା ଆଜି ପୂର୍ବାହ୍ନରେ ବିଜୁ ମଇଦାନ ଠାରେ ଉଦ୍ଘାଟିତ ହୋଇଯାଇଛି। ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ। ଜିଲ୍ଲା ଉତ୍ପାଦଗୁଡିକ ସ୍ବଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଜିଲ୍ଲା ସ୍ତରରେ ପ୍ରଦର୍ଶନ କରିବା ଏହି ଶକ୍ତି ମେଳାର ଲକ୍ଷ। ମହିଳା ସଶକ୍ତିକରଣ କୁ ଆଧାର କରି ଏହି ମେଳାରେ ମୋଟ ୧୨୫ଟି ଷ୍ଟଲ୍ ର ବ୍ୟବସ୍ତା କରାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସଂସାଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ସ୍ମୃତି ଚାରଣ କରିଥିଲେ ।ମହିଳା ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ଗୁଡିକ ଠିକ ଭାବରେ କାର୍ଯ୍ୟକାରୀ କରିବା ଗୁରୁତ୍ଵ କରିଥିଲେ।

ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ନାରୀ ଶକ୍ତି, ସଶକ୍ତ, ସ୍ୱାବଲମ୍ବୀ ହେଲେ ସମାଜର ବିକାଶ ହେବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସଂସାଦ ଙ୍କ ପ୍ରତିନିଧି ସୁଦୀପ୍ତ ଗଡନାୟକ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲାପରିଷଦ ଅତିରିକ୍ତ ଅଧିକାରୀ ତଥା କାଯ୍ୟ ନିର୍ବାହୀ ଅଧିକାରୀ ଗୌରବ ମୟ ପ୍ରଧାନ, ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାଃ ବିଶ୍ଵଭୂଷଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜୟଜିତ ଧଳ, ଓରମାସର ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିମନ ମଲ, ମିସନ ଶକ୍ତି ର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଲମ୍ବୋଧର ବାସ୍କେ, ଙ୍କ ସମେତ ବିଭାଗୀୟ ଅଧିକାରୀ, ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟା ଓ ଗଣମାଧ୍ୟମ ପ୍ରତିନିଧି ପ୍ରମ୍ମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *