• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୁରୁଷ ଶୂନ୍ୟ ଘରେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣାରେ ବଅଁରପାଳ ପୋଲିସର ବଡ ସଫଳତା

Bymamatanews

Feb 16, 2025
Spread the love

ଗିରଫ ହେଲେ ୭ଲୁଟେରା ଗିରଫ ସହ
ଚୋରି ସମାଗ୍ରୀ ଜବତ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ଗତ ମଙ୍ଗଳବାର ରାତିରେ ଘରେ ପଶି ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଘଟଣା ର ପର୍ଦାଫାଶ କରିଛି ପୋଲିସ ।

ପୁଲିସ କେଶ୍ ର ସଫଳତା ପାଇଁ ରାତିଦିନ ଏକ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ୭ଜଣ ଲୁଟେରା ଙ୍କୁ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ଟଙ୍କା ସହ ସୁନା ଗହଣା ଓ ବାଇକ, ମୋବାଇଲ ଫୋନ୍ ଜବତ କରିଥିବା ଶନିବାର ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଅନୁଗୋଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି। ଏସ ପି ଶ୍ରୀ ଜୈନ ସୂଚନା ଦେଇଛନ୍ତି ଯେ ଗତ ମଙ୍ଗଳବାର ବଅଁରପାଳ ଥାନା ଭାଗବତପୁର ଗ୍ରାମର ବିଜୟ ଭୁତିଆଙ୍କ ଘରେ ରାତିରେ ଘର ମଧ୍ୟକୁ ୭ ବ୍ୟକ୍ତି ପ୍ରବେଶ କରି ଭିତର ପାଖରୁ କବାଟ ବନ୍ଦ କରି ବିଜୟଙ୍କ ଭାଇବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ହାତକୁ ବାନ୍ଧି ପିଟିବା ସହ ବିଜୟଙ୍କ ଝିଅ ବେକରେ ଛୁରୀ ଲଗାଇ ବିଜୟଙ୍କ ଦୁଇ ଛୋଟ ପୁତୁରାଙ୍କୁ ହତ୍ୟା ଧମକ ଦେବା ସହ ନଗଦ ୩ ଲକ୍ଷ୍ୟ ୫୦ହଜାର ଟଙ୍କା ଓ ୯ଲକ୍ଷ୍ୟ ୬୦ହଜାରଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଏନେଇ ବିଜୟ ଭୁତିଆ ଙ୍କ ଭାଇ ଅଜୟ ଭୁତିଆ ବନରପାଳ ଥାନାରେ ଏତେଲା ଦେବାପରେ ପୁଲିସ ଏହି ଲୁଟ ଘଟଣା ରେ ସଂଶ୍ଲିଷ୍ଠ ଥିବା କଣ୍ଟାବଣିଆ ର ଟୁନା ଭୁତିଆ,କୁସୁନା ଗ୍ରାମର ସୁଜିତ କୁମାର ନାଏକ, ଅପର୍ତିପୁର ଗ୍ରାମର ସୌମ୍ୟ ପ୍ରସାଦ ବେହେରା(ଗୁଡୁ) , ନରେନ୍ଦ୍ରପୁର ର ଅଭୟ ସାହୁ, ତଳମୂଳ ର ଅଜିତ କୁମାର ବେହେରା, ଭଗବତପୁର ରାଜେନ୍ଦ୍ର ପରିଡା (ରାଜୁ) ଏବଂ ବାଲିମି ଅଂଚଳର ଲକ୍ଷ୍ମଣ ସାହୁ ପ୍ରମୁଖ ୭ଜଣ ଲୁଟେରା ଙ୍କୁ ଗିରଫ କରିଥିଲେ। ତେବେ ଗିରଫ ଲୁଟେରା ମାନଙ୍କ ଠାରୁ ନଗଦ ୨ଲକ୍ଷ୍ୟ ୬୬ହଜାର ଟଙ୍କା, ସୁନା , ୯ଟି ମୋବାଇଲ, ତିନୋଟି ବାଇକ ଆଦି ଜବତ କରାଯାଇଥିବା ଏସ ପି ଶ୍ରୀ ଜୈନ ସୂଚନା ଦେଇଥିଲେ। ଅନୁଷ୍ଠିତ ସାମ୍ବାଦିକ ସମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଆଇ ପି ଏସ ପ୍ରୋବେଶନ ବର୍ଷିତା, ଏସ ଡି ପି ଓ ରମାକାନ୍ତ ମହାଳିକ, ଏସ ଆଇ ଅମିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *