ଅଭିଯୁକ୍ତ ସ୍ୱାମୀକୁ ହେପାଜତରେ ନେଲା ପୋଲିସ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ପାଟଣାସାହି ରେ ପର ପୁରୁଷ ସହ ସମ୍ପର୍କ ସନ୍ଦେହରେ ସ୍ତ୍ରୀ କୁ ହତ୍ୟା ନେଇ ସ୍ଵାମୀ କୁ ଗିରଫ କରିଛି। ସୂଚନା ମୁତାବକ ଅଭିଯୁକ୍ତ ସ୍ଵାମୀ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ଦାମୁ ହଟିଂ ଅଜୟ ସାମଲଙ୍କ ପୁଅ ସୁବ୍ରତ ସାମଲ ର ବୋଲି ଜଣା ପଡିଛି। ସୁବ୍ରତ ସାମଲ ଓ ସ୍ତ୍ରୀ ପାୟଲ ସାମଲ ଆଜିକୁ ପ୍ରାୟ ୮ ବର୍ଷ ହେବ ପ୍ରେମ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଏକ ଝିଅ ଅଛି। ସୁବ୍ରତ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା ରେ ଫିଟର ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି। ଆଜିକୁ ପ୍ରାୟ ୧ ବର୍ଷ ହେବ ନୂଆହତା ପାଟଣା ସାହିରେ ଭଡା ରେ ରହି ସୁଖରେ ସଂସାର ଚାଲୁଥିଲା। ସ୍ୱାମୀଙ୍କ ସୂଚନା ଅନୁଯାୟୀ ଅନ୍ୟ କାହା ସହ ଫୋନ୍ ରେ କଥା ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛିଦିନ ହେବ ଝଗଡ଼ା ଲାଗୀ ରହିଥିଲା। ଆଜି ଦ୍ଵିପ୍ରହରରେ ସମୟରେ ଖାଇ ସାରିବା ପରେ ଝଗଡ଼ା ମଧ୍ୟରେ ସ୍ଵାମୀ ର ମାଡରେ ସ୍ତ୍ରୀ ଅଚେତ୍ ଅବସ୍ଥାରେ ପଡିଯାଇଥିଲା। ସ୍ତ୍ରୀ ନ ଉଠିବାରୁ ଘର ମାଲିକକୁ ଖବର ଦେବାପରେ ମାଲିକ ଥାନାକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାୟଲ କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଇଥିଲେ। ଡାକ୍ତର ପାୟଲ କୁ ମୃତ୍ୟୁ ଘୋଷାଣ କରିଛନ୍ତି। ଅନ୍ୟପଟେ ପାୟଲର ମୃତ୍ୟୁ କୁ ନେଇ ସ୍ଵାମୀ କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
