• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାତକୋଶିଆ ଗଣ୍ଡ ନିଷିଦ୍ଧାଞ୍ଚଳ ଉପରେ ଉଡ଼ିଲା ହେଲିକପ୍ଟର ନେଇ DFO ଙ୍କ ତଦନ୍ତ ଆରମ୍ଭ

Bymamatanews

Feb 16, 2025
Spread the love

ଅନୁଗୋଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଲା ହେଲିକପ୍ଟର। ଏହି ସ୍ଥାନ ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡାଇଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଯେ, ଗୁରୁବାର ଅପରାହ୍ନ ୨ ଟା ସମୟରେ ଏକ ହେଲିକପ୍ଟର ଗଣ୍ଡର ତଳ ଅବବାହିକା ଦିଗରୁ ଆଠମଲ୍ଲିକ ଆଡକୁ ଉଡ଼ାଣ ଭରିଥିଲା। ମାତ୍ର ୫୦ରୁ ୬୦ ଫୁଟ ଉଚ୍ଚରେ ଗଣ୍ଡ ଉପର ଦେଇ ଉକ୍ତ ହେଲିକପ୍ଟରଟି ଉଡ଼ୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଭୀଷଣ ଗର୍ଜନ ସହ ବତାସ ଭଳି ପବନ କରି ଉକ୍ତ ହେଲିକପ୍ଟରଟି ଉଡ଼ିଥିଲା। ତେବେ ଗଣ୍ଡ ଉପରେ ୩ଶହ ଫୁଟ ତଳକୁ କୌଣସି ବିମାନ ଉଡାଇବା ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ କିଏ ଓ କାହିଁକି ଏପରି ଦୁଃସାହସ କଲା ତାହା ସ୍ପଷ୍ଟ ହୋଇପାରିନାହିଁ। ପ୍ରକାଶ ଯେ, ମହାନଦୀର ସାତକୋଶିଆ ଗଣ୍ଡରେ ତିନୋଟି ବିଲୁପ୍ତପ୍ରାୟ ପ୍ରଜାତି ଯଥା: ଘଡ଼ିଆଳ କୁମ୍ଭୀର, ଇଣ୍ଡିଆନ ସ୍କିମର(ପାଣିଚିରା) ଓ ବ୍ଲାକ ବିଲଡ଼ ଟର୍ନ ଆଦି ପକ୍ଷୀ ବାସ କରୁଛନ୍ତି। ପରିବେଶ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସହ ଏହାକୁ ରାମସାର ସାଇଟର ମାନ୍ୟତା ମିଳିଛି। ବର୍ତ୍ତମାନ ଘଡ଼ିଆଳ କୁମ୍ଭୀର ସହ ଇଣ୍ଡିଆନ ସ୍କିମର ପକ୍ଷୀଙ୍କ ମିଳନ ସହ ଅଣ୍ଡାଦେବା ସମୟ। ଏହି ସମୟରେ ଗଣ୍ଡ ଉପରଦେଇ ହେଲିକ୍ୟାପ୍ଟର ଉଡିବା ଫଳରେ ଉକ୍ତ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଚଳଣି ଉପରେ ପ୍ରଭାବ ପକାଇବ ବୋଲି ପରିବେଶବିତ୍ ଆଶଙ୍କା କରିଛନ୍ତି। ଏ ପଟେ DFO ଡ଼ା ସରୋଜ କୁମାର ପଣ୍ଡା ଙ୍କୁ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ରିପୋର୍ଟ୍ ଆସିଲେ ଜଣା ପଡିବ ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *