• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହୋଲି ଉସ୍ତବରେ ପୂର୍ବ ଶତ୍ରୁତାକୁ ନେଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ

Bymamatanews

Mar 16, 2025
Spread the love

ଭୁଜାଲି ଆକ୍ରମଣରେ ଜଣେ ମୃତ

ଏହିପରି ଅଘଟଣ ଘଟିଛି ଅନୁଗୋଳ ଜିଲ୍ଲା ଟାଉନ୍ ଥାନା ନାଖରା ସାହି ଠାରେ ବୁଲିଲା ଭୁଜାଲି । ଜଣଙ୍କ ଭୁଜାଲି ଚୋଟରେ ଜଣେ ମୃତ । ପୂର୍ବ ଶତ୍ରୁତାକୁ ନେଇ ଆଜାଦ ହୋସେନ ନାମକ ଜଣେ ବ୍ୟକ୍ତିଙ୍କୁ ମଣ୍ଟୁ ସାମନ୍ତରାୟ ଓରଫ ସୁଦିପ ନାମକ ଜଣେ ଯୁବକ ଭୁଜାଲିରେ ହାଣି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତ୍ତର ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତରିତ କରିବା ସମୟରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚିବା ସହ ଆକ୍ରମଣକାରୀ ଯୁବକକୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ କରୁଛି । ଆଜାଦଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସମ୍ପର୍କୀୟ । ଏ ପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *