• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହୋଲି ଉତ୍ସବରେ ଭୁଜାଲି ଏବଂ ବୋତଲ ମାଡରେ ୫ ଗୁରୁତ୍ତର

Bymamatanews

Mar 16, 2025
Spread the love

ଜିଲ୍ଲାରେ ଭାଇଚାରା ଭୁଲି ରକ୍ତର ହୋଲି ଖେଳ

ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡି ବଜାର ନିକଟରୁ ଗୁରୁତ୍ତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ଗୁରୁତ୍ତର ଯୁବକ ଜଣଙ୍କ ହେଲେ ଟାଉନ ଥାନା ରାଧାରମଣପଡା ଅଞ୍ଚଳରେ ତୁଫାନ ଦେହୁରୀ ବୋଲି ଜଣା ପଡିଛି। ସୂଚନା ଯେ, ଆଜି ଦିନ ଦ୍ବିପ୍ରହର ରାଧାରମଣପଡା ଅଞ୍ଚଳରେ ତୁଫାନ ଦେହୁରୀ କୌଣସି କାର୍ଯ୍ୟରେ କୁମଣ୍ଡ ଚଣ୍ଡି ବଜାର ଅଞ୍ଚଳକୁ ଯାଇଥିଲେ। କିଛି ଯୁବକ ଆସି ତୁଫାନଙ୍କୁ ଭୁଜାଲି ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ଗୁରୁତ୍ତରଙ୍କୁ ସ୍ଥାନୀୟବାସୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତୁଫାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତୁଫାନ ଙ୍କର ବେକ, କାନ, ମୁଣ୍ଡ କାନ୍ଧ, ପେଟ ରେ ଗଭୀର ଆଘାତ ଲାଗିଛି। ସଦର ପୋଲିସ ଖବର ପାଇ ଘଟଣାର ତଦନ୍ତ କରୁଅଛ। ସେହିପରି ଅନୁଗୋଳ ସଦର ଥାନା ଅନ୍ତର୍ଗତ ବେଡାସର ଗ୍ରାମରେ ଛୁରୀ ମାଡ, ଜଣେ ଗୁରୁତ୍ତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତ୍ତର ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ବେଡାସର ଗ୍ରାମର ଜଳଧର ନାଏକଙ୍କ ପୁଅ ଜିତେନ୍ଦ୍ର ନାଏକ (୩୦) ବୋଲି ଜଣାପଡିଛି। ସୂଚନା ଯେ, ଆଜି ଦିନ ସମୟରେ ହୋଲି ଖେଳିବା ବେଳେ ସାଉଣ୍ଡ ବଜାଇ ନଚା ଚାଲିଥିଲା। ସାଉଣ୍ଡ ବନ୍ଦ ହେବାରୁ ସେହି ଗ୍ରାମର ଜଣେ ଯୁବକ ଆଜି ହଠାତ୍ ଜିତେନ୍ଦ୍ରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଯାହା ଫଳରେ ଜିତେନ୍ଦ୍ର ଗୁରୁତ୍ତର ହୋଇ ଯାଇଥିଲେ। ନିକଟରେ ଥିବା ଲୋକମାନେ ଜିତେନ୍ଦ୍ର ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜିତେନ୍ଦ୍ରଙ୍କର ପେଟରେ ଗଭୀର ଆଘାତ ଲାଗିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସେହିପରି ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁଇଓ ଗ୍ରାମର ରେ ହୋଲି ଖେଳି ସାରି ଗାଧୋଇ ଯିବା ବେଳେ ୩ ଜଣ ଯୁବକଙ୍କୁ ବିଅର୍ ବୋତଲ ମାଡ ମାରିବା ସହ ପେଟରେ ବୋତଲ ପେଲି ଗୁରୁତ୍ତର କରି ଦେଇଥିଲେ। ୩ ଜଣ ଯୁବକ ଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ ହୋଇଛନ୍ତି । ଗୁରୁତ୍ତର ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ କୁଇଓ ଗ୍ରାମର ହୃଷୀକେଶ ଗଡନାୟକ ଙ୍କ ପୁଅ ଶିବାନନ୍ଦ ଗଡନାୟକ(୩୨) ଏବଂ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଯେ, ଆଜି ରଙ୍ଗର ପର୍ବ ହୋଇ ସବୁ ଅଞ୍ଚଳରେ ପାଳନ ବହୁ ଧୁମଧାମରେ କରାଯାଇଥିଲା। ଶିବାନନ୍ଦ ଏବଂ ଅନ୍ୟ ଦୁଇ ଜଣ ସାଙ୍ଗ ସହ ହୋଲି ଖେଳି ସାରି ଗାଁ ନିକଟରେ ଥିବା ନାଳକୁ ଗାଧୋଇ ଯାଉଥିବା ବେଳେ କିଛି ଯୁବକ ଆସି ବିଅର୍ ବୋତଲରେ ମାଡ ମାରିବା ସହ ଶରୀରର ବିଭିନ୍ନ ସ୍ଥାନରେ ପେଲି ଦେଇ ପଳାଇଥିଲେ। ସ୍ଥାନୀୟ ବାସୀ ଶିବାନନ୍ଦ ଏବଂ ଅନ୍ୟ ଦୁଇ ସାଙ୍ଗ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଶିବାନନ୍ଦ ଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଶିବାନନ୍ଦଙ୍କର ପେଟ ର ୫ ଟି ସ୍ଥାନରେ ଗଭୀର ଆଘାତ ଲାଗିଛି। ଅନ୍ୟ ଦୁଇ ସାଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ହେଉଛନ୍ତି। ଏ ପଟେ ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *