• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜ଼ିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ

Bymamatanews

Apr 16, 2025
Spread the love


ଜଗତସିଂହପୁର : ଓଡିଶା କ୍ରିକେଟ ଆସୋସିଏସନ (ଓ ସି ଏ)ପକ୍ଷରୁ ଚଳିତ ମାସ 22 ଏବଂ 23 ଦୁଇ ଦିନ ଧରି କଟକ ଠାରେ ସିନିୟର ଓମେନ୍ସ ଇଣ୍ଟର ଡିଷ୍ଟିକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ | ଜଗତସିଂହପୁର ଜ଼ିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ଖେଳାଳି ମାନଙ୍କ ର ଚୟନ ପକ୍ରିୟା ସ୍ଥାନୀୟ ନବାପାଟଣା ସ୍ଥିତ ନଦାବ୍ରତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି | ଶତାଧିକ ଖେଳାଳି ଏହି ଚୟନ ପକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ | ସେଥି ମଧ୍ୟ୍ୟ ରୁ କୋଡିଏ ଜଣ ଙ୍କୁ ମନୋନୀତ କରାଯାଇଛି | ଜ଼ିଲ୍ଲା କ୍ରିକେଟ ଆସୋସିଏସନ କୋଚ ବଦ୍ରି ମହାନ୍ତି ମହିଳା କ୍ରୀଡ଼ାବିତ ମାନଙ୍କୁ ଉନ୍ନତ ତାଲିମ ପଦର୍ଶନ କରୁଛନ୍ତି | ରାଜ୍ୟ ରେ ଜଗତସିଂହପୁର ଓମେନ୍ସ କ୍ରିକେଟ ଟିମ ସଫଳତା ହାସଲ କରିବ ବୋଲି ଜ଼ିଲ୍ଲା କ୍ରିକେଟ ଆସୋସିଏସନ ଉପ ସଭାପତି ଶ୍ରୀକାନ୍ତ ଚୌଧୁରୀ ଗଣମଧ୍ୟ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *