• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଦ୍ୟୁତ୍ ଖୁଣ୍ଟି ଧକ୍କା ଦେଇଥିଲା ମାଲ୍ ବାହି ଟ୍ରଲର

Bymamatanews

Apr 16, 2025
Spread the love

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ରେ ବିଦ୍ୟୁତ୍ ଖୁଣ୍ଟି କୁ ଧକ୍କା ଦେଲା ମାଲ୍ ବାହି ଟ୍ରଲର। ଯାହା ଫଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ସୂଚନା ଯେ, ରାଜସ୍ଥାନ ରୁ କିଛି ଟ୍ରଲର ରେ କେନର ବୁମ ନେଇ କୁକୁଡ଼ାଙ୍ଗ ଗ୍ରାମ ହୋଇ FCI ସାର କାରଖାନା କୁ ଯାଉଥିଲା। ସେଥିମଧ୍ୟରୁ RJ 04 GA 9941 ଟ୍ରଲର ଟି ରାତ୍ର ୪.୩୦ ମିନିଟ ବେଳେ କୁକୁଡ଼ାଙ୍ଗ ଗ୍ରାମ ଅତିକ୍ରମ କରୁଥିବା ବେଳେ କିଛି ବିଦ୍ୟୁତ୍ ଖୁଣ୍ଟି ସହ କେନର ବୁମ ନେଇ ଯାଉଥିବା ଟ୍ରଲର ର ଧକ୍କା ହୋଇଥିଲା। । ବିଦ୍ୟୁତ୍ ଖୁଣ୍ଟି ଟି ଭାଙ୍ଗି ଯିବା ସହ ସମସ୍ତ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା। ଗ୍ରାମରେ ହୋଇଥିବା କ୍ଷୟକ୍ଷତି ପାଇଁ ଦାବି କରିଥିଲେ ଗ୍ରାମବାସୀ। ଯାହା ଫଳରେ ଗ୍ରାମବାସୀ ଟ୍ରଲର କୁ ଅଟକ ରଖି ଥିଲେ। ଖବର ପାଇ ଟାଉନ୍ ପୋଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁଥିଲା।

Leave a Reply

Your email address will not be published. Required fields are marked *