ନୂଆ ନୂଆ ଯୋଜନା କରି ଲୁଟି ନେଉଛନ୍ତି ଡକାୟତି ଦଳ
ଏହିପରି ଏକ ଘଟଣା ଘଟିଥିଲା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ। ସୂଚନା ମୁତାବକ ଚଳିତ ମାସ ୮ ତାରିଖ ରେ ରାଇଜିଙ୍ଗ ଗ୍ରାମର
ଗୋବିନ୍ଦ ଚନ୍ଦ୍ର ସାହୁ ଓ ସମ୍ପର୍କୀୟ ଦିବାକର ସାହୁ ମିଶି ୧୯ ଜି ୩୪୪୫
ହୋଣ୍ଡା ସାଇନ ମୋଟର ସାଇକେଲ ରେ କିଶୋରନଗରକୁ ଉଦ୍ଧାର ଟଙ୍କା ନେଇ ଫେରାଇବାକୁ ଯାଉଥିଲେ । କିନ୍ତୁ ଦିନ ଏକ ଘଟିକା ସମୟ ରେ ମାନଜୋର ଡ୍ୟାମ ନିକଟସ୍ଥ ବାଙ୍କ ରାସ୍ତା ପାର ହେବା ବେଳେ ତାଙ୍କ ଆଗ ପଟୁ ଦୁଇ ଜଣ ଅଜଣା ଯୁବକ ଗୋଟିଏ ପାସନ ପ୍ରୋ ମୋଟର ସାଇକେଲ ରେ ଆସି ତାଙ୍କୁ ଅଟକାଇଥିଲେ । ଏହା ପରେ ପଛ ପାଖରୁ କେ-୧୫ ମୋଟର ସାଇକେଲ ରେ ଆଉ ଦୁଇ ଜଣ ଅଜଣା ଯୁବକ ଆସି ପହଞ୍ଚିଥିଲେ । ତାପରେ ଗୋବିନ୍ଦ ଓ ଦିବାକରଙ୍କୁ ମାଡ ମାରି ବାଇକ ଚାବି ଓ ମୋବାଇଲ ଛଡାଇ ନେଇ ଗୋଟିଏ ପ୍ଯାକେଟ ଧରାଈ ସେମାନେ ଏଥିରେ ଗଞ୍ଜେଇ ଅଛି କହି ମୋବାଇଲ ରେ ଭିଡିଓ ରେକର୍ଡିଂ କରିଥିଲେ ଓ ଟଙ୍କା ନ ଦେଲେ ପୁଲିସ ଡାକି ଧରେଇ ଦେବେ ବୋଲି ଧମକ ଦେଲେ । ଏହା ପରେ ସେ ପିନ୍ଧି ଥିବା ହାତ ଘଡି, ତାଙ୍କ ପାଖରେ ଥିବା ୨୦ ହଜାର ଟଙ୍କା ଓ ଗୋବିନ୍ଦ ଙ୍କ ଫୋନପେ ରୁ ୫୦୦୦ ଟଙ୍କା, ତାଙ୍କ ସ୍ତ୍ରୀଙ୍କ ଫୋନପେ ରୁ ୯୦୦୦ ଟଙ୍କା କୁ ବଳପୂର୍ବକ ଟ୍ରାନ୍ସଫର କଲେ । ଏନେଇ ଥାନାରେ ଗୋବିନ୍ଦ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ତାରିଣୀ ପ୍ରସାଦ ବିଶ୍ବାଳ , ବଳରାମ ସାହୁ , ଟୁକୁନା ବେହେରା ଓ ଆକାଶ ନାଏକ ଗିରଫ କରିଥିଲେ। ଅଭିଯୁକ୍ତ ମାନେ ଦୋଷ ସ୍ଵୀକାର କରିବା ସହ ଚୋରୀ ଟଙ୍କା କୁ ସେମାନେ ନିଜ ଭିତରରେ ଭାଗ କରି ନେଇଥିବା କଥା ଓଗାଳିଛନ୍ତି । ଚୋରୀ OPPO ମୋବାଇଲ ଫୋନ ନଗଦ ୧୭୦୦ ଟଙ୍କା ଓ ବ୍ଯବହୃତ K-15 ମୋଟର ସାଇକେଲ ଟିକୁ ମଧ୍ୟ ଜବତ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛନ୍ତି l
