OMDC ଠିକା କର୍ମଚାରୀ ମାନଙ୍କ ର ଆତ୍ମାହୁତି ଚେତାବନୀ। ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ।

ଆଜି ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଠାରେ ଥିବା OMDC କର୍ମଚାରୀଙ୍କ ପକ୍ଷରୁ ଆତ୍ମାହୁତି ଚେତାବନୀ ଦିଆଯାଇଛି। ଯାହାକି ସୂଚନା ରହିଛି ଏହି OMDC ଖଣିରେ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବିଗତ ନଅମାସ ହେଲା ଦରମା ପାଇନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ।

ଆଜି OMDC କମ୍ପାନୀର ବିଯିନେସ ହେଡ୍ ଙ୍କୁ କର୍ମଚାରୀ ମାନେ ବଡ଼ବିଲ ଉତ୍ସବ ପଡ଼ିଆ ନିକଟରେ ଥିବା OMDC ବଙ୍ଗଳା ଠାରେ ସମୂହ ଏକତ୍ରିତ ହୋଇ ଘେରିଥିଲେ ଓ ଅତିଶିଘ୍ର ସେମାନଙ୍କ ବକେୟା ଦରମା କମ୍ପାନୀ ପକ୍ଷରୁ ପ୍ରଦାନ କରାନଗଲେ ସେମାନେ ଆତ୍ମାହୁତି କରିବା ପାଇଁ ଏକ ପ୍ରକାରର ବାଧ୍ୟ ହେବେ ଓ ଏଥିପାଇଁ ସରକାର ଓ କମ୍ପାନୀ କତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଆସନ୍ତୁ ଶୁଣିବା କଣ ରହିଛି ସେମାନଙ୍କ ଅଭିଯୋଗ ଏହି OMDC କମ୍ପାନୀ ବିରୁଦ୍ଧରେ। ଏବଂ ଅତିଶୀଘ୍ର କର୍ମଚାରୀଙ୍କ ଦାବୀ ପୂରଣ କରାଯିବ ବୋଲି ବିଜନେସ ହେଡ କହିବା ସହ ଯଦି କର୍ମଚାରୀଙ୍କ ଦାବୀ ପୂରଣ ନହୁଏ ତେବେ ସେ ମଧ୍ୟ କର୍ମଚାରୀଙ୍କ ସହ ଧାାରଣାରେ ବସିବେ ବୋଲି କହିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
